ରାଉରକେଲା ; ଲୁହାକେରା ନିକଟରେ ଅଏଲ ଇଣ୍ଡିଆ ବାୟୋ ପ୍ଲାଣ୍ଟ କାମ ଆରମ୍ଭ।। ବିରୋଧ ସମ୍ଭାବନା ଥିବାରୁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ।

0 177

ରାଉରକେଲା:୩୦/୬
(ସତ୍ୟା ନ୍ୟୁଜ) ରାଉରକେଲା ୧୫ ନମ୍ୱର୍ ସେକ୍ଟର ଥାନା ଅନ୍ତର୍ଗତ ଲୁହାକେରା ନିକଟରେ ଅଏଲ ଇଣ୍ଡିଆ ପକ୍ଷରୁ ଏକ ବାଇଓ ପ୍ଲାଣ୍ଟ ୧୦ ଏକର ଜାଗାରେ ପ୍ରତିଷ୍ଠା କରା ଯାଉଛି। ଏଥିପାଇଁ ଆଜି କାମ ଆରମ୍ଭ କରାଯିବାର ଥିବାରୁ ସୁରକ୍ଷା ଦିଗରୁ ୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଡିଏସପି ମନୋରଞ୍ଜନ ପ୍ରଧାନ ଙ୍କ ସହ ଅନ୍ୟ ପୋଲିସ୍ ଅଧିକାରୀ ମାନେ ମଧ୍ୟ ଘଟଣା ସ୍ଥଳରେ ଅଛନ୍ତି। ରବିବାର ଦିନ ଏଠାରେ କାମ ଆରମ୍ଭ ହୋଇଥିଲା। ମାତ୍ର ସ୍ଥାନୀୟ ଲୋକମାନେ କାମକୁ ବିରୋଧ କରିବାରୁ ଆଜି ପୋଲିସ୍ ମୁତୟନ କରାଯାଇଛି। ଏହି ଜମି ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିଲା। ମାତ୍ର ପରେ ସରକାରଙ୍କୁ ହସ୍ତାନ୍ତର କଲା ପରେ ଅଏଲ ଇଣ୍ଡିଆ କୁ ବାଇଓ ପ୍ଲାଣ୍ଟ କରିବାକୁ ୧୦ ଏକର ଜମି ଦିଆଯାଇଛି।

Leave A Reply

Your email address will not be published.