ସୁନ୍ଦରଗଡ଼ : ସାମାନ୍ୟ ବଚସା କୁ ନେଇ ହତ୍ୟାକାଣ୍ଡ।। ପଡ଼ୋଶୀ କୁ କୁରାଢ଼ି ରେ ହାଣି ହତ୍ୟା କଲା ଅଭିଯୁକ୍ତ।

0 63

ହଠାତ୍ ଝଗଡ଼ାରୁ ହତ୍ୟାକାଣ୍ଡ, କୁରାଢ଼ି ଚୋଟରେ ଗଲା ଜୀବନ।

ସୁନ୍ଦରଗଡ଼:୨୮/୬(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ମେଘଡେଗା ଗାଁରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ସାମାନ୍ୟ କଥାକୁ ନେଇ ହୋଇଥିବା ବଚସା ପରେ ଜଣେ ବ୍ୟକ୍ତିଙ୍କୁ କୁରାଢ଼ିରେ ଆକ୍ରମଣ କରି ହତ୍ୟା କରାଯାଇଛି।
ମୃତକ ହେଲେ ୫୩ ବର୍ଷୀୟ ପଙ୍କଜ ଧ୍ରୁଆ । ଅଭିଯୁକ୍ତ ତରଣୀ ଦାଶ ବୋଲି ପୋଲିସ ସୂଚନା ଦେଇଛି।
ସୂଚନା ଅନୁସାରେ, ରବିବାର ଅପରାହ୍ନ ପ୍ରାୟ ୨ଟା ବେଳେ ଉଭୟଙ୍କ ମଧ୍ୟରେ ହଠାତ୍ ବଚସା ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ହୋଇ ତରଣୀ ଦାଶ କୁରାଢ଼ିରେ ପଙ୍କଜଙ୍କ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ପଙ୍କଜଙ୍କ ମୃତ୍ୟୁ ଘଟିଥିଲା।
ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ କୁରାଢ଼ିକୁ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି।
ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତକଙ୍କ ପତ୍ନୀ ଜୁଇ ଧ୍ରୁଆଙ୍କ ଅଭିଯୋଗ ଆଧାରରେ ସଦର ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.