ରାଉରକେଲା : ଘରେ ଶୋଇଥିବା ବେଳେ ଯୁବତୀଙ୍କୁ ପେଟ୍ରୋଲ ଢାଳି ପୋଡ଼ି ମାରି ଦେବା ଉଦ୍ୟମ।। ବିଶ୍ରା ଥାନା ସନ୍ତୋଷପୁର ଅଞ୍ଚଳ ର ଘଟଣା।

0 140

ରାଉରକେଲା:୨୭/୬ (ସତ୍ୟାନ୍ୟୁଜ)
ଘରେ ଶୋଇଥିବା ବେଳେ ଯୁବତୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିଦେବାକୁ ଉଦ୍ୟମ, ଗୁରୁତର ଅବସ୍ଥାରେ ହସପିଟାଲ ରେ ଭର୍ତ୍ତି।
ରାଉରକେଲା, ୨୭ ଜୁନ (ସତ୍ୟା ନ୍ୟୁଜ): ରାଉରକେଲା ବିସ୍ରା ଥାନା ଅନ୍ତର୍ଗତ ସନ୍ତୋଷପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଘରେ ଶୋଇଥିବା ବେଳେ ଜଣେ ଯୁବତୀଙ୍କୁ ପୋଡ଼ି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ବୃତ୍ତ ଜଣକ ଘରର ଝରକା ଦେଇ ଏକ ପାଇପ୍ ସାହାଯ୍ୟରେ ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଯୁବତୀ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ଏହା ସହ ଉକ୍ତ ଯୁବତୀଙ୍କ ଘର ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ପରିବାର ଲୋକେ ଏବଂ ସ୍ଥାନୀୟ ବାସିନ୍ଦା ମାନେ ନିଆଁ ଲିଭାଇବା ସହ
ତୁରନ୍ତ ତାଙ୍କୁ ଉଦ୍ଧାର କରି ରାଉରକେଲାର ସରକାରୀ ହସ୍ପିଟାଲ୍ ଆଣି ଥିଲେ। ମାତ୍ର ଏଠାରେ ତାଙ୍କୁ ବୁର୍ଲା ରେଫର୍ କରା ଯାଇଥିଲା। ମାତ୍ର ବୁର୍ଲା ପହଞ୍ଚିବା ପରେ ସେଠାରେ
ବେଡ୍ ନଥିବା ଦର୍ଶାଇ ଫେରାଇ ଦିଆ ଯାଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ସେଠାରୁ ଆହତ ଝିଅଙ୍କୁ ଫେରାଇ ଆଣି ରାଉରକେଲା ଜେପି ହସ୍ପିଟାଲ୍ ରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ଘଟଣା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏକତରଫା ପ୍ରେମ ଯୋଗୁଁ ଏପରି ହୋଇ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ବିସ୍ରା ଥାନା ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ଦୁର୍ବୃତ୍ତ କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି।
ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

Leave A Reply

Your email address will not be published.