ରାଉରକେଲା : ଚଳନ୍ତା ଯାତ୍ରୀବାହୀ ବସ୍ ରେ ଲାଗିଲା ନିଆଁ।। ରାଉରକେଲା – ପାରାଦୀପ ବସ୍ ରାସ୍ତାରେ ଜଳିଗଲା।

0 220

BreakingNews | ରାଉରକେଲା-ପାରାଦୀପ ଘରୋଇ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା, ୨୮/୬ (ସତ୍ୟାନ୍ୟୁଜ): ରାଉରକେଲାରୁ ପାରାଦୀପ ଅଭିମୁଖେ ଯାଉଥିବା ଶ୍ରୀମା (Shreema) ନାମକ ଘରୋଇ ବସ୍‌ରେ ରବିବାର ଖମାର ନିକଟରେ ହଠାତ୍ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଦ୍ରୁତ ଗତିରେ ବ୍ୟାପିଯିବାରୁ କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ବସ୍‌ଟି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।
ସୌଭାଗ୍ୟବଶତଃ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ଠିକ୍ ସମୟରେ ବାହାରି ଆସିଥିବାରୁ କୌଣସି ପ୍ରାଣହାନି କିମ୍ବା ଗୁରୁତର ଆହତର ସୂଚନା ମିଳିନାହିଁ। ତେବେ ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି।
ଘଟଣା ପରେ ସ୍ଥାନୀୟ ଲୋକମାନେ ଜରୁରୀକାଳୀନ ସେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଅଗ୍ନିକାଣ୍ଡ ସମୟରେ ଘଟଣାସ୍ଥଳରେ ଦମକଳ ବାହିନୀ କିମ୍ବା ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚିନଥିଲା। ଫଳରେ ଜରୁରୀକାଳୀନ ସେବାର କାର୍ଯ୍ୟକ୍ଷମତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ପରେ ଫାୟାର ଟିମ୍ ପହଞ୍ଚି ନିଆଁ କୁ ଆୟତ୍ତ କରିଛି।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ, ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ। ଘଟଣାର ତଦନ୍ତ ଚାଲିଛି।

Leave A Reply

Your email address will not be published.