ବିରମିତ୍ରପୁର: ବେଆଇନ୍ ବିଦ୍ୟୁତ୍ ତାର ସଂସ୍ପର୍ଶ ରେ ଇସଦୋର୍ କୁସମା ଙ୍କ ମୃତ୍ୟୁ ଘଟଣା।। କ୍ଷତିପୂରଣ ଦାବି କଲେ ବିଧାୟକ ଏବଂ ଗ୍ରାମବାସୀ।

0 77

ରାଉରକେଲା:୨୪/୬
(ସତ୍ୟାନ୍ୟୁଜ) ବିଦ୍ୟୁତ୍ ତାର ସଂସ୍ପର୍ଶ ରେ ଆସି ରାଏବଗା ଅଞ୍ଚଳରେ ଗତକାଲି ମୃତ୍ୟୁ ବରଣ କରିଥିବା ଇସଦୋର୍
କୁସମାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ଜୋର୍ ଧରିଛି। ଇସଦୋର୍ ଙ୍କ ମୃତଦେହ ବିରମିତ୍ରପୁର ହସ୍ପିଟାଲ ରେ ଥିବା ବେଳେ ଥିବା ବେଳେ ବାହାରେ ଗାଁ ଲୋକ ମାନେ କ୍ଷତିପୂରଣ ଦାବିରେ ବସିଛନ୍ତି। ବିରମିତ୍ରପୁର ବିଧାୟକ ରୋହିତ ଯୋଶେଫ୍ ତିର୍କୀ ହସ୍ପିଟାଲ୍ ଆସି କ୍ଷତିପୂରଣ ଦାବି କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି। ଗତକାଲି ନାତି କୁ ବଞ୍ଚାଇବା ସମୟରେ ଅଜା ଇସଦୋର୍ ଙ୍କ ଜୀବନ ଚାଲି ଯାଇଥିଲା। ଏପରି ହୃଦୟ ବିଦାରକ ଘଟଣା ଘଟିଥିଲା ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ଜୟକୁଦର ଅଞ୍ଚଳରେ। ଇସଦୋର୍ ଙ୍କ ନାତି ଖୋଲା ବିଦ୍ୟୁତ୍ ତାର ସଂସ୍ପର୍ଶ ରେ ଆସି ଯାଇ ଛଟ ପଟ ହେଉ ଥିବା ବେଳେ ନାତି କୁ ବିଦ୍ୟୁତ୍ ପ୍ରବାହରୁ ବଞ୍ଚାଇବାକୁ ଯାଇଁ ଅଜା ମୃତ୍ୟୁ ବରଣ କରିଥିଲେ।
ଇସଦୋର୍ ଙ୍କୁ ବଞ୍ଚାଇବାକୁ ତାଙ୍କ ସାନଭାଇ ମିଖେଲ୍ କୁସମା ଉଦ୍ୟମ କରୁଥିବା ବେଳେ ସେ ମଧ୍ୟ ଆହତ ହୋଇଥିଲେ। ଏହି ଘଟଣାରେ ଇସଦୋର୍ ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାନ ଭାଇ ଏବଂ ନାତି ଗୁରୁତର ଅବସ୍ଥାରେ ରାଉରକେଲାର ଏକ ଘରୋଇ ହସ୍ପିଟାଲ୍ ର ଆଇସିୟୁ ରେ ଚିକିତ୍ସିତ ଅଛନ୍ତି। ତେବେ କେଉଁ ପରିପ୍ରେକ୍ଷୀରେ ବେଆଇନ୍ ଭାବେ ବିଦ୍ୟୁତ୍ ତାର ଟଣା ଯାଇଥିଲା ତାର ତଦନ୍ତ କରିବାକୁ ବିଧାୟକ ଜୋସେଫ୍ ତିର୍କୀ ଦାବି କରିଛନ୍ତି।

Leave A Reply

Your email address will not be published.