ରାଉରକେଲା : ଅପରାଧ ନିୟନ୍ତ୍ରଣ ଦିଗରେ ପୋଲିସ୍ ର କଡ଼ା ପଦକ୍ଷେପ।। ୧୫ ରୁ ଉର୍ଦ୍ଧ୍ବ ଅସାମାଜିକ ଆଡ୍ଡା କୁ ଭାଙ୍ଗି ଧ୍ୱଂସ କରାଗଲା।

0 93

ରାଉରକେଲା: ୨୩/୬
(ସତ୍ୟାନ୍ୟୁଜ) ଆକ୍ସନ ମୋଡ୍ ରେ ରାଉରକେଲା ପୋଲିସ୍। ଅପରାଧ ନିୟନ୍ତ୍ରଣ ଦିଗରେ ରାଉରକେଲା ପୋଲିସ ଜିରୋ ସହନଶୀଳତା ପନ୍ଥା ଅବଲମ୍ବନ କରିଛି। କିଛି ଦିନ ପୂର୍ବରୁ ତୋଫାନ ବିନ୍ଧାଣୀ ହତ୍ୟାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଙ୍କୁ ପୋଲିସ୍ ଏନକାଉଣ୍ଟର କରିଥିବା ବେଳେ ଆଜି ଆଉ ଏକ କଡ଼ା ପଦକ୍ଷେପ ନେଇଛି। ରାଉରକେଲା ୭ ନମ୍ବର ସେକ୍ଟର ଥାନା ଗୋଲ ଘର ଅଞ୍ଚଳରେ ଆଜି ପୋଲିସ୍ ପକ୍ଷରୁ ୧୫ ରୁ ଉର୍ଦ୍ଧ୍ବ ଅପରାଧିକ ଆଡ୍ଡା ଧ୍ୱଂସ କରି ଦିଆ ଯାଇଛି। ଏହି ଅଞ୍ଚଳରେ ଥିବା ଆରଏସପି ପରିତ୍ୟକ୍ତ ଘରେ ଅସାମାଜିକ ତ୍ଵତ୍ଵ ମାନେ ଆଡ୍ଡା ଜମାଇ ନାନା ପ୍ରକାର ଅପରାଧିକ ଗତିବିଧି ଜାରି ରଖିଥିଲେ। ବିଶେଷ କରି ଏହି ସ୍ଥାନରେ ନିଶା ସେବନ କରିବା ସହ ବସ୍ତିର ଝିଅ ବୋହୂଙ୍କୁ ବିଭିନ୍ନ ପ୍ରକାର ହଇରାଣ କରୁଥିଲେ। ନିଶା ଦ୍ରବ୍ୟ କାରବାର କରୁଥିବା ମଧ୍ୟ ଅଭିଯୋଗ ହେଉଥିଲା। ଗତ ମଙ୍ଗଳବାର ଦିନ ହୋଇଥିବା ତୋଫାନ ହତ୍ୟାକାଣ୍ଡ ର ଯୋଜନା ମଧ୍ୟ ଏହି ସ୍ଥାନରୁ ହୋଇଥିବା କୁହା ଯାଉଛି । ତୋଫାନ ନିଶା ଦ୍ରବ୍ୟ ସେବନ , ଅସାମାଜିକ କାର୍ଯ୍ୟକଳାପ କୁ ବିରୋଧ କରି ଆସୁଥିଲେ। ସେହି କାରଣରୁ ତାଙ୍କୁ ହତ୍ୟା କରା ଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ରାଉରକେଲା ଏସପି କିଛି ଦିନ ପୂର୍ବରୁ
ଅପରାଧୀଙ୍କୁ କଡ଼ା ଚେତାବନୀ ଦେଇଥିଲେ । ଅପରାଧିକ ଗତିବିଧିର କୌଣସି ସ୍ଥାନ ନାହିଁ ବୋଲି ସେ କହିଥିଲେ। ଆଜି ପୋଲିସ୍ ପ୍ରଶାସନ ଏବଂ
ଆରଏସପି ପକ୍ଷରୁ ୧୫ ରୁ ଉର୍ଦ୍ଧ୍ବ ଅସାମାଜିକ ଆଡ୍ଡା ଧ୍ୱଂସ କରି ଦିଆ ଯାଇଛି। ସେକ୍ଟର ର ଅନ୍ୟ ଅଞ୍ଚଳରେ ଥିବା ପରିତ୍ୟକ୍ତ ଘରେ ଚାଲିଥିବା ଅସାମାଜିକ ଆଡ୍ଡା ଉପରେ ଆଗାମୀ ଦିନରେ କାର୍ଯ୍ୟନୁଷ୍ଠାନ ନିଆ ଯିବା ନେଇ।ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି

Leave A Reply

Your email address will not be published.