ବଣାଇ : ଚିପ୍ସ ବୋଝେଇ ଗାଡି ଓଲଟି ହେଲ୍ପର ମୃତ , ଡ୍ରାଇଭର ଗୁରୁତର।। ଚିକିତ୍ସା ପାଇଁ ରାଉରକେଲା ପଠାଗଲା।

0 52

ଚିପ୍ସ ବୋଝେଇ ହାଇୱା ଓଲଟିଲା, ଖଲାସୀଙ୍କ ମୃତ୍ୟୁ; ଡ୍ରାଇଭର ଗୁରୁତର
ବଣାଇ, ୨୩/୬:(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ଟିକାୟତପାଲି ଥାନା ଅଞ୍ଚଳର ସରସରା ବଲାଙ୍ଗ ଘାଟିରେ ମଙ୍ଗଳବାର ଦିନ ପ୍ରାୟ ୧ଟା ସମୟରେ ଏକ ଚିପ୍ସ ବୋଝେଇ ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇ ଖଲାସୀଙ୍କ ମୃତ୍ୟୁ ଘଟିଛି। ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ହାଇୱା (ନମ୍ବର: OD-23U-4563) କୁଚିଣ୍ଡାରୁ ରାଜାମୁଣ୍ଡା ଅଭିମୁଖେ ଚିପ୍ସ ବୋଝେଇ ଯାଉଥିବା ବେଳେ ସରସରା ଘାଟି ତଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ଖଲାସୀ ଦେବାଶିଷ ଏକ୍କା (୩୦) ଗାଡ଼ି ତଳେ ଚାପି ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।
ମୃତକ ଦେବାଶିଷ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଭାଲୁମୁଣ୍ଡା ଗ୍ରାମର ବୋଲି ଜଣାପଡ଼ିଛି। ସେହିପରି ହେମଗିରି ଅଞ୍ଚଳର ବାସିନ୍ଦା ଡ୍ରାଇଭର ସୁମନ୍ତ ମାଝୀ (୨୯) ଗୁରୁତର ଆହତ ହୋଇଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଉନ୍ନତ ଚିକିତ୍ସା ପାଇଁ ରାଉରକେଲାକୁ ପଠାଇଥିଲେ।
ଅନ୍ୟପକ୍ଷରେ, ମୃତ ଖଲାସୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ଟିକାୟତପାଲି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.