ଝାରସୁଗୁଡ଼ା : ପୂର୍ବତନ ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଳ ଙ୍କ ଆତ୍ମହତ୍ୟା ଘଟଣାର ଚାଲିଛି ତଦନ୍ତ।। ପୋଷ୍ଟମର୍ଟମ୍ ରିପୋର୍ଟ କୁ ଅପେକ୍ଷା।

0 54

ଝାରସୁଗୁଡ଼ା: ୨୪/୬ (ସତ୍ୟାନ୍ୟୁଜ) ଝାରସୁଗୁଡ଼ାରେ ମଙ୍ଗଳବାର ଦିନ ବିଜେଡି ନେତା ତଥା ବାର୍ ଆସୋସିଏସନ୍ ର ପୂର୍ବତନ ସଭାପତି ତ୍ରିନାଥ ଗୁଆଳଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର କରା ଯାଇଥିଲା। ପାଖରେ ସୁଇସାଇଡ୍ ନୋଟ୍ ମିଳିଥିବାରୁ ପ୍ରାଥମିକ ତଦନ୍ତ ରୁ ଏହା ଆତ୍ମହତ୍ୟା ବୋଲି ଜଣା ପଡୁଛି। ରାଜନୀତି ଠାରୁ ଆରମ୍ଭ କରି ଓକିଲାତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେ ବେଶ୍ ସଫଳ ଥିବା ବେଳେ ତାଙ୍କ ଆତ୍ମହତ୍ୟା କୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଘଟଣା ସ୍ଥଳରୁ ମିଳିଥିବା ସୁଇସାଇଡ୍ ନୋଟ୍ ରେ ‘ ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି , ମୁଁ ନିଜେ ଦାୟୀ ‘ ବୋଲି ଉଲ୍ଲେଖ ରହିଛି। ତେବେ ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କଣ ରହସ୍ୟ ଅଛି ତାହା ତଦନ୍ତ ପରେ ଜଣା ପଡିବ। ତେବେ ପରିବାର ଲୋକେ ଏହି ଘଟଣାର ଉଚଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଘଟଣା ସ୍ଥଳରୁ।ମିଳିଥିବା ମୋବାଇଲ୍ ଫୋନ୍ ର ମଧ୍ୟ ଯାଞ୍ଚ କରା ଯାଉଛି।
ଏହି ଘଟଣାର ତଦନ୍ତ ରେଳବାଇ ପୋଲିସ୍ କରୁଥିବା ବେଳେ ଜିଲ୍ଲା ପୋଲିସ ଟିମ୍ ମଧ୍ୟ ତଦନ୍ତ କରୁଛନ୍ତି। ଝାରସୁଗୁଡ଼ା ଏସପି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । କୋରାପୁଟ – ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ଧକ୍କାରେ ତ୍ରିନାଥ ଙ୍କ ମୃତ୍ୟୁ ହୋଇ ଥିବା ଟ୍ରେନ୍ ର
ଲୋକୋ ପାଇଲଟ୍ ମେମୋ ରେ ଉଲ୍ଲେଖ କରିଛନ୍ତି। ତେବେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁ ର ସଠିକ୍ କାରଣ ଜଣା ପଡ଼ିବ ବୋଲି ପୋଲିସ କହିଛି।

Leave A Reply

Your email address will not be published.