ଲହୁଣୀପଡ଼ା: ସାମାନ୍ୟ କଳହରୁ ପୁତ୍ର ର ପିତୃ ହତ୍ୟା।। ଛୁରୀ ଭୁଷି ବାପାକୁ ହତ୍ୟା କଲା ପୁଅ।। ଅଭିଯୁକ୍ତ ପୁଅ ଅଟକ।

0 113

ବଣାଇ:୨୩/୬(ସତ୍ୟାନ୍ୟୁଜ) ପୁଣି ରକ୍ତ ସମ୍ପର୍କରେ ଲାଗିଲା କଳା ଦାଗ। ସାମାନ୍ୟ ଘଟଣାକୁ କେନ୍ଦ୍ର କରି ବାପା କୁ ଛୁରୀ ଭୁଷି ହତ୍ୟା କରିଛି ପୁଅ। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ର ବାରସୁଆ ମନ୍ଦିର ବସ୍ତି ରେ ଘରୋଇ କଳିକୁ ନେଇ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପା ଅସlଢୁ ଏବଂ ପୁଅ ରମେଶ ଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ପରେ ଏହି ଘରୋଇ କଳହ ଉଗ୍ର ରୂପ ନେଇଥିଲା। ଉତକ୍ଷିପ୍ତ ହୋଇ ପୁଅ ପାଖରେ ପଡ଼ି ଥିବା ଏକ ଛୁରୀ କୁ ଆଣି ବାପାଙ୍କ ଶରୀର ର ବିଭିନ୍ନ ସ୍ଥାନରେ ଭୁଷିବା ଯୋଗୁ ଘଟଣା ସ୍ଥଳରେ ଅଷାଢ଼ୁ ଙ୍କ ମୃତ୍ୟୁ ହୋଇ ଥିଲା। ସୂଚନା ପାଇ
ଲହୁଣୀପଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ପୋଲିସ୍ ଅଭିଯୁକ୍ତ ବାପା ହତ୍ୟାକାରୀ ପୁଅକୁ ଅଟକ ରଖିଥିବା ସୂଚନା ମିଳୁଛି।

Leave A Reply

Your email address will not be published.