ରାଉରକେଲା : ଗୃହ ପରିସର ରୁ ୧୦ ଫୁଟ ଲମ୍ବ ଅଜଗର ଉଦ୍ଧାର।। ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ।। ବନ ବିଭାଗକୁ ହସ୍ତାନ୍ତର।

0 80

ରାଉରକେଲା : ୨୩/୬
(ସତ୍ୟାନ୍ୟୁଜ) ଘର ତିଆରି ପାଇଁ କାମ ଚାଲିଥିଲା। ଜେସିବି ଲଗାଇ ଘର ମାଲିକ କାମ ଆରମ୍ଭ କରିଥିଲେ। ଜେସିବି ଖୋଳୁ ଥିବା ବେଳେ ଏକ ବିରାଟ ଅଜଗର ସାପ କୁ ଠାବ କରା ଯାଇଥିଲା। ସାପଟି ସାମାନ୍ୟ ଆହତ ହୋଇ ଥିଲେ ମଧ୍ୟ ସୁରକ୍ଷିତ ଭାବେ ତାକୁ ଉଦ୍ଧାର କରା ଯାଇଥିଲା। ଏପରି ଦୃଶ୍ୟ ଆଜି ସକାଳେ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ୍ କୁମଝରିଆ ପଞ୍ଚାୟତରେ। ସୁଶାନ୍ତ କୁମାର ଦାସ ଘର କାମ ଆରମ୍ଭ କରୁଥିବା ବେଳେ ସାପ ଟି ବାହାରିଥିଲା। ସୂଚନା ପାଇ ରାଉରକେଲାରୁ ସାପ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ସୁରକ୍ଷିତ ଭାବେ ଅଜଗର ଟି କୁ ଉଦ୍ଧାର କରିଥିଲେ। ପରେ ବନ ବିଭାଗ କୁ ଅଜଗର ହସ୍ତାନ୍ତର କରା ଯାଇଥିଲା। ବନ କର୍ମଚାରୀ ମାନେ ସାପଟିକୁ ଘଞ୍ଚ ଜଙ୍ଗଲରେ ଛାଡ଼ି ଦେଇଥିବା ସୂଚନା ମିଳିଛି।

Leave A Reply

Your email address will not be published.