ରାଉରକେଲା : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିବା ନାତିକୁ ବଞ୍ଚାଇବା ଉଦ୍ୟମରେ ଅଜା ମୃତ।। ନାତି ଏବଂ ଭାଇ ଗୁରୁତର।

0 105

ରାଉରକେଲା:୨୩/୬
(ସତ୍ୟାନ୍ୟୁଜ) ବିଦ୍ୟୁତ୍ ତାର ସଂସ୍ପର୍ଶ ରେ ଆସିଥିବା ନାତି କୁ ବଞ୍ଚାଇବା ସମୟରେ ଚାଲି ଗଲା ଅଜାଙ୍କ ଜୀବନ। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ଜୟକୁଦର ଅଞ୍ଚଳରେ। ଆଜି ଅପରାହ୍ନରେ ଇସଦୋର୍ କୁସମା ଙ୍କ ନାତି ଖୋଲା ବିଦ୍ୟୁତ୍ ତାର ସଂସ୍ପର୍ଶ ରେ ଆସି ଯାଇ ଛଟ ପଟ ହେଉ ଥିଲେ। ଏହି ତାର ବେଆଇନ୍ ଭାବେ ଟଣା ଯାଇଥିବା କୁହା ଯାଇଛି। ନାତି କୁ ବିଦ୍ୟୁତ୍ ତାର ସଂସ୍ପର୍ଶ ଆସିଥିବା ଦେଖି ଅଜା ଇସଦୋର୍ ତାକୁ ବଞ୍ଚାଇବାକୁ ଟାଣି ଆଣି ଥିଲେ। ଫଳରେ ସେ ନିଜେ ବିଦ୍ୟୁତ୍ ପ୍ରବାହ ସଂସ୍ପର୍ଶରେ ଆସି ଯାଇଥିଲେ। ଇସଦୋର୍ ଙ୍କୁ ବଞ୍ଚାଇବାକୁ ତାଙ୍କ ସାନଭାଇ ମିଖେଲ୍ କୁସମା ଉଦ୍ୟମ କରୁଥିବା ବେଳେ ସେ ମଧ୍ୟ ଆହତ ହୋଇଥିଲେ। ଏହି ଘଟଣାରେ ଇସଦୋର୍ ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାନ ଭାଇ ଏବଂ ନାତି ଗୁରୁତର ଅବସ୍ଥାରେ ବିରମିତ୍ରପୁର ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ଆଉ ତିନି ଜଣ ସାମାନ୍ୟ ଆହତ ହୋଇଛନ୍ତି। ତେବେ କେଉଁ ପରିପ୍ରେକ୍ଷୀରେ ବେଆଇନ୍ ଭାବେ ବିଦ୍ୟୁତ୍ ତାର ଟଣା ଯାଇଥିଲା ତାର ତଦନ୍ତ ପୋଲିସ୍ କରୁଛି।

Leave A Reply

Your email address will not be published.