ରାଉରକେଲା : ଡ୍ରଗ୍ସ ମାଫିଆଙ୍କ ୬ ଟି ଘର ମାଟିରେ ମିଶିଲା।। ରାଉରକେଲା ପୋଲିସ ର ଡ୍ରଗ୍ସ କାରବାର ବିରୁଦ୍ଧରେ କଡା କାର୍ଯ୍ୟନଷ୍ଠାନ।

0 134

ରାଉରକେଲା:୮/୬
(ସତ୍ୟାନ୍ୟୁଜ) ଡ୍ରଗ୍ସ କାରବାର ଉପରେ ଲଗାମ୍ ଦେବାକୁ ରାଉରକେଲା ପୋଲିସ୍ ଏବେ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଡ୍ରଗ୍ସ କାରବାର କରି ଗିରଫ ହେବା ପରେ ପୁଣି ଏହି କାରବାର ଜାରି ରଖିଥିବାରୁ ଡ୍ରଗ୍ସ ମାଫିଆଙ୍କ ବିରୁଦ୍ଧରେ ପୋଲିସ୍ ର କାର୍ଯ୍ୟନୁଷ୍ଠାନ ଆରମ୍ଭ ହୋଇଛି। ମହତାବ ରୋଡ ମୀନା ପଡ଼ା ରେ ନିୟମିତ ଭାବେ ଡ୍ରଗ୍ସ କାରବାର କରୁଥିବା ମାଫିଆଙ୍କ ୬ ଟି ଘର କୁ ଆଜି ପୋଲିସ୍ ଭାଙ୍ଗି ଦେଇଛି। ପୋଲିସ୍ ର ବାରମ୍ବାର କାର୍ଯ୍ୟନୁଷ୍ଠାନ ପରେ ମଧ୍ୟ ଏମାନେ ଡ୍ରଗ୍ସ କାରବାର କରୁଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସୋମବାର ସକାଳେ ପୋଲିସ୍ ଡ୍ରଗ୍ସ ମାଫିଆ ଙ୍କ ଘର ଭାଙ୍ଗି ଦେଇଛି। ଗତ ମାସରେ ମୀନା ପଡା ରେ ପୋଲିସ୍ ଚଢାଉ କରି ବିପୁଳ ପରିମାଣର ବ୍ରାଉନ ସୁଗର୍ ଜବତ୍ କରିଥିବା ବେଳେ ୬ ଜଣ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା। ଆଗାମୀ ଦିନରେ ଏପରି ବେଆଇନ୍ କାର୍ଯ୍ୟକଳାପ ଜାରି ରହିଲେ ପୋଲିସ୍ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ବୋଲି କହିଛି।

Leave A Reply

Your email address will not be published.