ଠିକାଦାର ଙ୍କୁ ମାଡ଼ ମାରି ଲୁଟିନେଲ ଲକ୍ଷାଧିକ ଟଙ୍କା ଓ କାର।
ସୁନ୍ଦରଗଡ଼:୭/୬(ସତ୍ୟାନ୍ୟୁଜ) ଠିକାଦାରଙ୍କୁ ମାଡ଼ ମାରିବା ସହ ଦୁର୍ବୃତ୍ତ ମାନେ ଲୁଟିନେଲେ ଲକ୍ଷାଧିକ ଟଙ୍କା ଏବଂ କାର। ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଟପରିଆ ନିକଟରେ । ଦୁର୍ବୃତ୍ତଙ୍କ ମାଡ ରେ ଠିକାଦାର ଯଜ୍ଞ ସିଂ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ଗତକାଲି ରାତିରେ ଯଜ୍ଞ ସିଂ ନିଜ ପ୍ରଜେକ୍ଟ ସାଇଟ୍ ରୁ ଫେରୁଥିବା ବେଳେ ଲିଫ୍ଟ ମାଗିବା ବାହାନା ରେ ୪ ଜଣ ଦୁର୍ବୃତ୍ତ କାର କୁ ଅଟକାଇ ଥିଲେ । ଯଜ୍ଞ ଅଟକିବା ପରେ ଦୁବୃର୍ତ୍ତ ମାନେ ତାଙ୍କୁ ନିସ୍ତୁକ ମାଡ଼ ମାରି କାର ରେ ଥିବା ଲକ୍ଷାଧିକ ଟଙ୍କା ଲୁଟି ନେବା ସହ କାର ଧରି ଚମ୍ପଟ ମାରିଥିଲେ । ସୂଚନା ପାଇ ପୁଲିସ ସମସ୍ତ ପ୍ରସ୍ଥାନ ପଥ କୁ ବ୍ଲକ୍ କରି ଦେଇଥିଲେ। ପୋଲିସ୍ ନାକା ବନ୍ଦୀ କରିଥିବା ଜାଣି ପରି ଦୁର୍ବୃତ୍ତ ମାନେ ସଦର ଥାନା ସମରଡିହି ଜଙ୍ଗଲ ରାସ୍ତାରେ କାର କୁ ଛାଡି ଫେରାର ହୋଇ ଯାଇଛନ୍ତି। ପୁଲିସ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଜାରି ରଖିଛି ।