ରାଉରକେଲା : ବେଆଇନ୍ ଆନ୍ତଃ ରାଜ୍ୟ ଜୁଆ ରାକେଟ ର ପର୍ଦ୍ଦାଫାସ।। ୪ ଗିରଫ।। ନଗଦ ୨୦ ଲକ୍ଷ ସହ ୩ ଟି କାର ଜବତ୍।। ସୁନା ଗହଣା ମଧ୍ୟ ଜବତ୍।

0 269

ବେଆଇନ୍ ଜୁଆ ଉପରେ ରାଉରକେଲା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ଘୁଡ଼ୁ ଘୁଡ଼ି ପଟି ଖେଳର ପର୍ଦ୍ଦାଫାଶ, ୨୦ ଲକ୍ଷ ଟଙ୍କା ଜବତ।
ରାଉରକେଲା:୮/୬(ସତ୍ୟାନ୍ୟୁଜ) ରାଉରକେଲା ୧୫ ନମ୍ୱର୍ ସେକ୍ଟର ଥାନା ଅନ୍ତର୍ଗତ ଲୁଆକେରା ଗ୍ରାମରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ରାଉରକେଲା ପୋଲିସ ବଡ଼ ଧରଣର ଚଢ଼ାଉ କରିଛି। ଏହା ସହ ଏକ ଆନ୍ତଃ ରାଜ୍ୟ ଜୁଆ ରାକେଟ ର ପର୍ଦ୍ଦାଫାସ ହୋଇଛି।
ଏହି ଚଢ଼ାଉ ସମୟରେ ନଗଦ ୨୦ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ଜୁଆ ଖେଳ କରାଉଥିବା କିଙ୍ଗପିନ୍ ସମେତ ୪ ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି। ଜୁଆ ଖେଳରେ ବ୍ୟବହୃତ ହେଉଥିବା ୩ଟି କାର୍ ପୋଲିସ୍ ଜବତ୍ କରିଛି। ଏହାଛଡା ଲକ୍ଷାଧିକ ଟଙ୍କାର ସୁନା , ବାଇକ୍ ଆଦି ମଧ୍ୟ ପୋଲିସ୍ ଜବତ୍ କରିଛି।

ଆଜି ସକାଳୁ ଡିଏସପି
ମନୋରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ଲୁଆକେରା ରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ପୋଲିସ ବିପୁଳ ପରିମାଣର ନଗଦ ଟଙ୍କା ସହ ଜୁଆ ଖେଳ ପରିଚାଳନାରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି।
ପୋଲିସର ଏହି ଅଚାନକ କାର୍ଯ୍ୟାନୁଷ୍ଠାନ ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ବେଆଇନ ଜୁଆ ଭଳି ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ଅଭିଯାନ ଜାରି ରହିବ ବୋଲି ରାଉରକେଲା ଏସପି କହିଛନ୍ତି। ଘଟଣାରେ ଅଧିକ ତଦନ୍ତ ଚାଲିଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆ ଯାଉଛି।

Leave A Reply

Your email address will not be published.