ରାଉରକେଲା : ଆଗକୁ ଆସୁଛି ରଜ ପର୍ବ।। ଏଥିପାଇଁ ରାଉରକେଲାରେ ଚାଲିଛି ପ୍ରସ୍ତୁତି।। ଗରିମା ପରିବାର ର ରଜ କୁଇନ ପ୍ରତିଯୋଗିତା।
ରାଉରକେଲା: ୭/୬(ସତ୍ୟାନ୍ୟୁଜ) ଓଡ଼ିଶାର ଗଣ ପର୍ବ ରଜ। ଏହି ତିନି ଦିନିଆ ପର୍ବ ପହଲି ରଜ , ରଜ ସଂକ୍ରାନ୍ତି ଏବଂ ଶେଷ ରଜ ଭାବେ ପାଳନ କରା ଯାଇଥାଏ। ପହଲି ରଜ ପୂର୍ବରୁ ସଜବାଜ ଥାଏ। ରଜ ପର୍ବର ଏହା ଏକ ମହତ୍ଵପୂର୍ଣ୍ଣ ଦିନ। ଏହି ଦିନ ଝିଅ ମାନେ ଗୋଡ଼ରେ ଅଳତା ଏବଂ ଅନ୍ୟ ପ୍ରସାଧନ ସାମଗ୍ରୀ ବ୍ୟବହାର କରି ସଜ ହୋଇ ଥାନ୍ତି। ରଜ ତିନି ଦିନ ଚାଷ କାମ ମଧ୍ୟ ବନ୍ଦ ଥାଏ। ଧରିତ୍ରୀ ମାତା କୁ କୌଣସି କଷ୍ଟ ଦିଆ ଯାଏ ନାହିଁ। ଝିଅ ମାନେ ମଧ୍ୟ କୌଣସି କାମ କରନ୍ତି ନାହିଁ। ରଜ ପର୍ବର ସବୁଠାରୁ ମୁଖ୍ୟ ଆକର୍ଷଣ ଥାଏ ପୋଡ଼ା ପିଠା । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହି ପର୍ବ ପାଳନ କରା ଯାଇଥାଏ। ରାଉରକେଲାର ଗରିମା ପରିବାର ଏବଂ ଲାୟନ୍ସ ଇଣ୍ଟରନେସନାଲ ଡିଷ୍ଟ୍ରିକ୍ଟ , ଚ୍ଛେଣ୍ଡ୍ ର ମିଳିତ ଆନୁକୂଲ୍ୟରେ ରଜମଉଜ ୨୦୨୬ ପାଳନ କରା ଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର ଦିନ ରାଉରକେଲା କ୍ଲବ୍ ଠାରେ ରଜ କୁଇନ୍ ସିଜନ୍ ୫ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ସହର ଏବଂ ଆଖପାଖ ଅଞ୍ଚଳର ବହୁ ପ୍ରତିଯୋଗୀ ଭାଗ ନେଇ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୋଡ଼ପିଠା ପ୍ରତିଯୋଗିତା ବେଶ୍ ଆକର୍ଷଣୀୟ ଥିଲା।