ସୁନ୍ଦରଗଡ଼ : ଦୁର୍ଘଟଣା ପରେ ଜଳିଗଲା କାର।। ଡ୍ରାଇଭର ଙ୍କ ମୃତ୍ୟୁ।। ଗତକାଲି ରାତି ଘଟଣା।

0 86

ସୁନ୍ଦରଗଡ଼:୧/୫(ସତ୍ୟାନ୍ୟୁଜ) ଗତକାଲି ରାତିରେ ସୁନ୍ଦରଗଡରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଦୃତ ଗତିରେ ଆସୁଥିବା ଏକ କାର ଡିଭାଇଡର୍ ରେ ପିଟି ହୋଇ ନିଆଁ ଲାଗି ଯିବାରୁ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇ ଯାଇଛି। ଦୂର୍ଘଟଣା ପରେ ଗାଡ଼ି ଭିତରେ ଫସି ଯାଇଥିଲେ ଚାଳକ। ଜଳି ଯାଉ ଥିବା କାର ରୁ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ହସ୍ପିଟାଲ ପଠାଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ଗୁରୁତର ଥିବା ଚାଳକଙ୍କ ହସପିଟାଲରେ ମୃତ୍ୟୁ ହୋଇ ଯାଇଛି।
ସୁନ୍ଦରଗଡ ଟାଉନ ଥାନା ସମୁଖରେ ରବିବାର ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଏହି କାର ଆସି ଡିଭାଇଡର ରେ ପିଟି ହେଲା ପରେ ହୁତୁ ହୁତୁ ହୋଇ ଜଳି ଯାଇଥିଲା।
କାର ଭିତରୁ ଗୁରୁତର ଅବସ୍ଥାରେ ଚାଳକ ଆନନ୍ଦ ଭୋଇ କୁ ଉଦ୍ଧାର କରିଥିଲେ ପୁଲିସ ଏବଂ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ଅଗ୍ନିଶମ୍ ବାହିନୀ ପହଞ୍ଚି ନିଆଁକୁ ଅୟତ୍ତ କରିଥିଲେ। ପୋଲିସ୍ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.