ସୁନ୍ଦରଗଡ଼:୧/୬(ସତ୍ୟାନ୍ୟୁଜ)
ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଜାମଝରିଆ ଜଙ୍ଗଲ ରେ ଏକ ବଡ ଧରଣ ର ଜୁଆ ଆଡ୍ଡା ଉପରେ ପୁଲିସ ଗତ ରାତିରେ ଚଢ଼ଉ କରିଛି । ଏହି ଚଢାଉରେ ପୋଲିସ୍ ୨୬ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ନଗଦ ୧୧ ଲକ୍ଷ ୧୬ ହଜାର ୯ ଶହ ଟଙ୍କା ଜବତ କରିଛି। ଏହା ସହ ୯ ଟି ବାଇକ, ୩ ଟି କାର, ୩୧ ଟି ମୋବାଇଲ ଏବଂ ତାସ ମୁଠା ଜବତ କରିଛି । ଗତକାଲି ସନ୍ଧ୍ୟାରେ ଏକ ଗୁପ୍ତ ସୂଚନା ପରେ ଏସପି ଅମ୍ରିତ ପାଲ କୌର ଙ୍କ ନିର୍ଦ୍ଦେଶ ରେ ସେଠାରେ ଚଢ଼ଉ କରିଥିଲା ପୁଲିସ । ବେଆଇନ ଜୁଆ ଉପରେ ଜିଲ୍ଲା ରେ ଏହା ଏକ ବଡ ଧରଣ କାର୍ଯ୍ୟନୁଷ୍ଠାନ ଭାବେ ବିବେଚନା କରା ଯାଉଛି।