ବଣାଇ : ପାଞ୍ଚ ଦିନ ପରେ ପହଞ୍ଚିଲେ ଓଡ଼୍ରାଫ୍ ଟିମ୍।। ରାସ୍ତା ସଫା କରିବା କାମ ଆରମ୍ଭ।। ଏପର୍ଯ୍ୟନ୍ତ ବହୁ ଅଞ୍ଚଳ କୁ ଆସିନାହିଁ ବିଦ୍ୟୁତ୍ ଲାଇନ୍।
ବଣାଇ : ୩୧/୫(ସତ୍ୟାନ୍ୟୁଜ) କାଳବୈଶାଖୀ ଝଡ଼ରେ ହୋଇ ଥିବା କ୍ଷୟକ୍ଷତି ଯୋଗୁଁ ୫ ଦିନ ହେଲା ଘାଣ୍ଟି ହେଉଛନ୍ତି ବଣାଇ ବାସୀ। କେବଳ ବଣାଇ ନୁହେଁ ଆଖପାଖ ଗାଁ ଲୋକଙ୍କ ଦୁର୍ଦ୍ଦଶା ଏପର୍ଯ୍ୟନ୍ତ ଯାଇନାହିଁ। ରାସ୍ତା ଉପରେ ଗଛ ପଡ଼ି ରହିଛି। ବହୁ ଅଞ୍ଚଳକୁ ବିଦ୍ୟୁତ୍ ଲାଇନ୍ ଏପର୍ଯ୍ୟନ୍ତ ଆସି ନାହିଁ। ପାନୀୟ ଜଳ ଯୋଗାଣ ମଧ୍ୟ ସ୍ୱାଭାବିକ ହୋଇ ନାହିଁ। ତେବେ ୫ ଦିନ ପରେ ଆଜି ଓଡ଼୍ରାଫ୍ ଟିମ୍ ପହଞ୍ଚି ଗଛ କାଟି ରାସ୍ତା ସଫା କରୁଛନ୍ତି। ଏବେ କେତେବେଳେ ପୁଣି ଝଡ ବର୍ଷା ହେବ ସେନେଇ ଲୋକମାନେ ଆଶଙ୍କିତ ଅଛନ୍ତି। ପୁନରୁଦ୍ଧାର କାମ ଶୀଘ୍ର କରିବାକୁ ବଣାଇ ବାସୀ ନିବେଦନ କରିଛନ୍ତି।