ରାଜଗାଙ୍ଗପୁର : ସହରରେ ଡକାୟତି ଯୋଜନା ପଣ୍ଡ କଲା ପୋଲିସ।। ୬ ଗିରଫ।। ପିସ୍ତଲ୍, ଖଣ୍ଡା , ଛୁରୀ ଆଦି ଜବତ।

0 134

ରାଜଗାଙ୍ଗପୁରରେ ବଡ଼ ଡକାୟତି ଯୋଜନା ପଣ୍ଡ, ୬ ଜଣ ଗିରଫ, ବନ୍ଧୁକ ସହ ମାରଣାସ୍ତ୍ର ଜବତ
ରାଜଗାଙ୍ଗପୁର: ୩୧/୫
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୁଲିସ ଏକ ବଡ଼ ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି। କୁନମୁରୁ ପେଟ୍ରୋଲ ପମ୍ପ ନିକଟରେ ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।
ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ପୁଲିସକୁ ଏକ ନିର୍ଭରଯୋଗ୍ୟ ସୂତ୍ର ରୁ ଏ ବାବଦରେ ସୂଚନା ମିଳିଥିଲା। ଏହାପରେ ପୁଲିସ ତୁରନ୍ତ ଚଢ଼ାଉ କରି ଘଟଣାସ୍ଥଳରୁ ସମସ୍ତ ୬ ଜଣଙ୍କୁ କାବୁ କରିଥିଲା।
ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ୍, ଗୋଟିଏ ମୋଟରସାଇକେଲ, ଖଣ୍ଡା, ଦୁଇଟି ଛୁରୀ ଓ ଲୁହା ରଡ଼ ଆଦି ଜବତ କରାଯାଇଛି।
ଏହି ଘଟଣାରେ ରାଜଗାଙ୍ଗପୁର ଥାନାରେ କେସ୍ ନମ୍ବର ୩୩୩, ତାରିଖ ୩୧ ମେ ୨୦୨୬ ରୁଜୁ କରାଯାଇଛି। ମାମଲାଟି ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୦(୪), ୩୧୦(୫) ଏବଂ ଆର୍ମ୍ସ ଆକ୍ଟର ଧାରା ୨୫ ଅନୁଯାୟୀ ରୁଜୁ ହୋଇଛି।
ପୁଲିସ କହିଛି, ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ପୂର୍ବରୁ ଏନ୍‌ଡିପିଏସ୍ ଆକ୍ଟ, ଆର୍ମ୍ସ ଆକ୍ଟ, ଆଇପିସି ଓ ବିଏନଏସ୍‌ର ବିଭିନ୍ନ ମାମଲା ରହିଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.