ଟୋକିଓ ଅଲମ୍ପିକ ହକି ଖେଳାଳୀ ଙ୍କୁ ସମ୍ବର୍ଦ୍ଧିତ କଲା ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟି ଲିମିଟେଡ଼ ।

0 510

ସୁନ୍ଦରଗଡ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୋକିଓ ଅଲମ୍ପିକ ହକି ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରଯିବା ପରେ ଆଜି ରାଉରକେଲା ରେ ସମ୍ବର୍ଦ୍ଧିତ କରାଯାଇଛି ।

ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟି ଲିମିଟେଡ଼ ପକ୍ଷରୁ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଏହି ସମ୍ବର୍ଦ୍ଧନା ଉତ୍ସଵ ର ଆୟୋଜନ କରାଯାଇଥିଲା । ଅଲମ୍ପିଆନ ବିରେନ୍ଦ୍ର ଲାକ୍ରା , ଅମିତ ରୋହିଦାସ , ନମିତା ଟପ୍ପୋ , ଦୀପଗ୍ରେସ ଏକ୍କା ଙ୍କୁ ଟୋକିଓ ଅଲମ୍ପିକ ରେ ସେମାନଙ୍କ ଉଲ୍ଲେଖନୀୟ ସଫଳତା ଲାଗି ସମ୍ବର୍ଦ୍ଧିତ କରାଯାଇଥିଲା ।

ଖେଳାଳି ଙ୍କ କୋଚ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା , SP ମୁକେଶ କୁମାର ଭାମୁ , ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ , ପୂର୍ବତନ ଅଲମ୍ପିଆନ ଲାଜାରୁସ ବାର୍ଲା ପ୍ରମୁଖ ଏହି ସମ୍ବର୍ଦ୍ଧନା ଉତ୍ସବ ରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.