ରାଉରକେଲା : କଲୁଙ୍ଗା ରେଳ ଫାଟକରେ ଟ୍ରେନ୍ ମାଡ଼ି ଯାଇ ଦୁଇ ଜଣଙ୍କ ମୃତ୍ୟୁ ଘଟଣା।। ସ୍ଥାନୀୟ ଲୋକେ ଅଣ୍ଡର୍ ପାସ୍ ଦାବି କଲେ।
ରାଉରକେଲା : ୧୮/୧୨(ସତ୍ୟାନ୍ୟୁଜ) କଲୁଙ୍ଗା ରେଳବାଇ ଫାଟକ ନିକଟରେ ଗତକାଲି ରାତିରେ ଟ୍ରେନ୍ ମାଡ଼ି ଯାଇ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇ ଥିବା ବେଳେ ଜଣେ ଗୁରୁତର ହୋଇ ଏକ ଘରୋଇ ହସପିଟାଲ ରେ ଚିକିତ୍ସାଧିନ ଅଛନ୍ତି। କୁହା ଯାଉଛି ଯେ ରେଳ ଫାଟକ ପଡ଼ିଥିବା ବେଳେ ୩ ଜଣ ବାଇକ୍ ରେ ଗଳା ବାଟ ଦେଇ ରେଳ ଲାଇନ୍ ପାର ହେଉଥିଲେ। ଏହି ସମୟରେ ଦରଭଙ୍ଗା ଏକ୍ସପ୍ରେସ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ରେଳବାଇ ଫାଟକ ପଡ଼ିଥିବା ବେଳେ ଗଳା ବାଟ ଦେଇ ଲାଇନ୍ ପାର ହେବା ନିଶ୍ଚିତ ଭାବେ ଗ୍ରହଣୀୟ ନୁହେଁ। କିନ୍ତୁ ସମସ୍ତ ଦିଗକୁ ଅନୁଧ୍ୟାନ କଲେ ବିଭିନ୍ନ ପ୍ରଶ୍ନ ଉଠୁଛି। ଯେଉଁ ମାନେ ଗଳା ବାଟ ଦେଇ ଯାଉଛନ୍ତି ନିଶ୍ଚିତ ଭାବେ ଦୋଷୀ। କିନ୍ତୁ ରେଳ ବିଭାଗ ଏବଂ ସରକାର ମଧ୍ୟ ଏଥି ପାଇଁ ଦାୟୀ ବୋଲି ଅଭିଯୋଗ ହେଉଛି। ବହୁ ସମୟ ଧରି ରେଳବାଇ ଫାଟକ ବନ୍ଦ ରହୁଥିବାରୁ ଲୋକମାନେ ଧର୍ଯ୍ୟହରା ହୋଇ ଗଳାବାଟରେ ଯାଉଛନ୍ତି। ବହୁଦିନ ଧରି ଚାଲିଥିବା ରେଳୱେ ଫ୍ଲାଏ ଓଭର କାମର ଅଗ୍ରଗତି ହୋଇ ପାରୁନାହିଁ। ତେଣୁ ପୂର୍ବରୁ ଥିବା ଅଣ୍ଡର୍ ପାସ୍ କୁ ପୁନ୍ନ ଚାଲୁ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।