ରାଉରକେଲା : ବଣାଇ ଏବଂ ରାଉରକେଲାରେ ଆୟକର ବିଭାଗର ଚଢ଼ାଉ।। ଶିଳ୍ପପତିଙ୍କ ବାସଭବନ , ଅଫିସ ଏବଂ ଫ୍ୟାକ୍ଟ୍ରି ରେ ଚଢ଼ାଉ ।
ରାଉରକେଲା : ୨୬/୧୧(ସତ୍ୟାନ୍ୟୁଜ) ଟିକସ ଫାଙ୍କି ଅଭିଯୋଗରେ ଆଜି ଆୟକର ବିଭାଗ ପକ୍ଷରୁ ରାଉରକେଲା ଏବଂ ବଣାଇ ଅଞ୍ଚଳରେ ଚଢ଼ାଉ କରାଯାଇଛି।
ଏସ ଏନ ମାହାନ୍ତି କମ୍ପାନୀର ଆଠୋଟି ସ୍ଥାନରେ ଆୟକର ବିଭାଗ ରେଡ୍ ଚାଲିଥିବା ବେଳେ ବଣାଇ ର ଦୁଇଟି ସ୍ପଞ୍ଜ କାରଖାନାରେ ଆଜି ସକାଳୁ ଚାଲିଛି ରେଡ୍। ଭୁବନେଶ୍ୱର ସମେତ ବଡବିଲ, ଯୋଡା ଅଞ୍ଚଳରେ ଆଇ ଟି ଚଢ଼ାଉ ଚାଲିଛି। ସୁନ୍ଦରଗଡ଼ ଜିଲ୍ଲା ବଣେଇ ର ଦରେଇକଳା ଅଞ୍ଚଳରେ ଥିବା ଏସ ଏନ ମାହାନ୍ତି ଏବଂ ବିଶାଳ ସ୍ପଞ୍ଜ ଆଇରନ କାରଖାନାରେ ମଧ୍ୟ ଟିକସ ଫାଙ୍କି ଅଭିଯୋଗରେ ଦୁଇଟି ଟିମ୍ ଆଜି ସକାଳୁ ରେଡ୍ ଜାରି ରଖିଛନ୍ତି। ବଣେଇରେ ଥିବା ଏସ ଏନ୍ ମାହାନ୍ତି ସ୍ପଞ୍ଜ କାରଖାନାକୁ କିଛି ବର୍ଷ ହେବ କାଇ ଗ୍ରୁପ ନାମକ ସଂସ୍ଥା ଚଳାଇ ଆସୁଛି। ତେବେ କାଈ ଗ୍ରୁପର ଅଧିକାରୀଙ୍କୁ ଯୋଗାଯୋଗ କରା ଯାଇଥିବା ସତ୍ତ୍ୱେ ତାଙ୍କର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ। ସେହି ପରି ରାଉରକେଲାରେ ବିଶିଷ୍ଟ ଶିଳ୍ପପତି ସୁରେଶ ଅଗ୍ରୱାଲା ଙ୍କ ସିଭିଲ ଟାଉନଶିପ୍ ସ୍ଥିତ ବାସଭବନ ,
ଗାଲେରିଆ ମଲ୍ ରେ ଥିବା ଅଫିସ ରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟକର ଫାଙ୍କି ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଥିବା କୁହା ଯାଉଛି।