ସୁନ୍ଦରଗଡ଼ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତବ୍ୟରେ ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସାମିଲ କରିବା ପ୍ରସଙ୍ଗରେ କଂଗ୍ରେସର ପ୍ରତିବାଦ ବିକ୍ଷୋଭ।

0 347

ସୁନ୍ଦରଗଡ଼ : ୨୬/୧୧(ସାତ୍ୟନ୍ୟୁଜ) ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ରୁ କାଢି ସୁନ୍ଦରଗଡ଼ ଜିଲ୍ଲାକୁ ଉତ୍ତର ଓଡ଼ିଶା ବିକାଶ ପରିଷଦ ରେ ସାମିଲ କରିବା ଉଦ୍ୟମ କୁ ଜିଲ୍ଲାରେ ପ୍ରବଳ ବିରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁନ୍ଦରଗଡ଼ ଗସ୍ତ ସମୟରେ ଏହି ବ୍ୟକ୍ତଵ୍ୟ ଦେବା ପରେ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ରାଜନୈତିକ ଦଳ ସହ କେତେକ ସଙ୍ଗଠନ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି। ଏହି ଵ୍ୟକ୍ତବ୍ୟ କୁ ବିରୋଧ କରି କଂଗ୍ରେସ ଦଳ ରାଜରାସ୍ତାକୁ ବାହାରିଛି। ଏହି ପରିପ୍ରେକ୍ଷୀରେ ସୋମବାର ସଂଧ୍ୟାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ୍ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସର ବରିଷ୍ଠ ନେତା ଏବଂ ସଦସ୍ୟ ମାନେ ଏହି ପ୍ରତିବାଦ କାର୍ଯକ୍ରମ ରେ ଭାଗ ନେଇଥିଲେ। କଂଗ୍ରେସ ର ବରିଷ୍ଠ ନେତା ରାଜ କିଶୋର ଶଢ଼ଙ୍ଗୀ, ବେଣୁ ମାଧବ ତ୍ରିପାଠୀ , ନିମାଇ ଚରଣ ନାଏକ , ପ୍ରଣବ ସିଂ ଙ୍କ ସମେତ ବହୁ ନେତା ବିକ୍ଷୋଭ ରେ ସାମିଲ ଥିଲେ।

Leave A Reply

Your email address will not be published.