ରାଜଗାଙ୍ଗପୁର : ଭୁଶୁଡ଼ି ପଡ଼ିଲା ଭାରତ ଡାଲମିଆ ସିମେଣ୍ଟ କମ୍ପାନୀର କନ ଭେୟର ବେଲ୍ଟ ଓଭର ବ୍ରିଜ।। ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ।

0 462

ରାଜଗାଙ୍ଗପୁର : ୨୬/୧୧(ସତ୍ୟାନ୍ୟୁଜ) ରାଜଗାଙ୍ଗପୁର ରେ ଥିବା ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ ର କନ୍ ଭେୟର ବେଲ୍ଟ ଓଭର ବ୍ରିଜ ଭୁଶୁଡ଼ି ପଡିବାରୁ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଆଜି ଅପରାହ୍ନ ରେ ଲାଇନ୍ ୧ ରୁ ଲାଇନ୍ ୨ କୁ ଯାଉଥିବା ଏହି ବ୍ରିଜ ଭୁଶୁଡ଼ି ପଡିଥିଲା। ଏହି କନଭେୟର ବେଲ୍ଟ୍ ବ୍ରିଜ ରାଜଗାଙ୍ଗପୁର ର ପ୍ରବେଶ ପଥରେ ଥିବାରୁ ଲୋକଙ୍କ ଭିଡ ଥାଏ। ବସ୍ ସହ ଅନ୍ୟାନ୍ୟ ଯାନ ବାହାନ ଏହି ରାସ୍ତା ଦେଇ ଚଳାଚଳ କରୁଥାଏ। ତେବେ କେଉଁ କାରଣରୁ ବ୍ରିଜ ଭୁଶୁଡ଼ି ପଡ଼ିଲା ତାର କାରଣ ଜଣା ପଡିନାହିଁ। ତେବେ ଏହା ସୁରକ୍ଷା ବ୍ୟବସ୍ଥାରେ କମ୍ପାନୀ ତରଫରୁ ଗୁରୁତର ତ୍ରୁଟି ବୋଲି ବିବେଚନା କରାଯାଉଛି। ରାସ୍ତା ଉପର ଦେଇ ଯାଇଥିବା ଏପରି ବିପଦ ସଙ୍କୁଳ ବ୍ରିଜ କିପରି ଯାଞ୍ଚ କରା ଯାଇ ନଥିଲା ତା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.