ରାଉରକେଲା : ଓପିଟିସିଏଲ୍ ଗ୍ରିଡ୍ ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ।। ବିଭାଗୀୟ ତଦନ୍ତ ଆରମ୍ଭ।

0 400

ରାଉରକେଲା : ୨୬/୧୧(ସତ୍ୟା ନ୍ୟୁଜ) ସୋମବାର ସନ୍ଧ୍ୟାରେ ରାଉରକେଲା ବାଲୁଘାଟ ତରକେରା ଓ ପି ଟି ସି ଏଲ୍ ଗ୍ରିଡ୍ ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇ ଯାଇଛି। ଅଗ୍ନିକାଣ୍ଡର ଭୟାବହତା ଏତେ ଅଧିକ ଥିଲାଯେ ନିଆଁ କୁ କାବୁ କରିବାକୁ ୫ଟି ଫାୟାର ବ୍ରଗେଡ୍ ନିୟୋଜିତ ହୋଇଥିଲା। ଏକ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ଏହି ଅଗ୍ନିକାଣ୍ଡ ପ୍ରାୟ ସନ୍ଧ୍ୟା ସାଢେ଼ ୮ଟା ବେଳେ ଘଟି ଥିଲା। ଅଗ୍ନିକାଣ୍ଡରେ କୌଣସି କର୍ମଚାରୀଙ୍କ କ୍ଷତି ହୋଇ ନଥିବା ବେଳେ ଗ୍ରିଡ୍ ର ଏକ
ଟ୍ରାଂସଫର୍ମର ସମ୍ପୂର୍ଣ ପୋଡ଼ି ଯାଇଛି। ବିଦ୍ୟୁତ୍ ବିଭାଗ ର ବରିଷ୍ଠ ଅଧିକାରୀ ତଥା ବୈଷୟିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ପ୍ରାଥମିକ ତଦନ୍ତ ରୁ ଶର୍ଟ ସର୍କଟ ରୁ ନିଆଁ ଲାଗି ଥିବା ଜଣା ପଡିଛି। ଅଗ୍ନିକାଣ୍ଡ ପରେ ଗ୍ରିଡ୍ ରୁ ଟାଟା ପାୱାର କୁ ବିଦ୍ୟୁତ୍ ସରବରାହ ବନ୍ଦ ହୋଇ ଯାଇଥିଲା। ଫଳରେ ସହର ର ବିଭିନ୍ନ ଅଞ୍ଚଳରେ ଦେଢ଼ ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା।

Leave A Reply

Your email address will not be published.