ସୁନ୍ଦରଗଡ଼ : ୬୦ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ।। ଲୁହା ପ୍ଲେଟ ବୋଝେଇ ଟ୍ରକରେ ଚାଲାଣ ହେଉଥିଲା ରାଜସ୍ଥାନ।। ଟ୍ରକ୍ ଜବତ।। ଡ୍ରାଇଭର ଗିରଫ।
ସୁନ୍ଦରଗଡ଼ : ୨୫/୧୧(ସତ୍ୟାନ୍ୟୁଜ୍) ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ଏହାକୁ ଧରିବାରେ ସୁନ୍ଦରଗଡ଼ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଟ୍ରକ୍ ରେ ରାଜସ୍ଥାନ କୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ୬୦ ଲକ୍ଷ ଟଙ୍କା ର ଗଞ୍ଜେଇ ଜବତ୍ କରିଛି ପୋଲିସ୍।ଟାଉନଥାନାର ଲୁହୁରାଢିପା ଛକ ନିକଟରେ ଏକ ଟ୍ରକ ଝାରସୁଗୁଡା ପଟୁ ରାଉରକେଲା ଆଡ଼କୁ ଯାଉଥିବା ସମୟରେ ଟ୍ରକ ଟିକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଏକ ଅଭିନବ ଢଙ୍ଗରେ ଗଞ୍ଜେଇ ଚାଲାଣ ହେଉଥିଲା। ଏହି ଟ୍ରକ୍ ରେ ଆଲୁମୁନିୟମ ପ୍ଲେଟ ବୋଝେଇ ହୋଇଥିଲା। ପ୍ଲେଟ୍ ତଳେ ବଡବଡ ପ୍ଲାଷ୍ଟିକ ବ୍ୟାଗରେ ଗଞ୍ଜେଇ ଭର୍ତ୍ତି ହୋଇ ଚାଲାଣ କରା ଯାଉଥିଲା । ପୋଲିସ ଟ୍ରକଟିକୁ ଜବତ କରି ଥାନା କୁ ଆଣିବା ପରେ ଟ୍ରକ ଟି ଅନୁଗୁଳରୁ ରାଜସ୍ଥାନ ଗଞ୍ଜେଇ ନେଇ ଯାଉଥିବା ଜଣା ପଡ଼ିଥିଲା। ଜବତ ଗଞ୍ଜେଇ ୬ କୁଇଣ୍ଟାଲ୍ ରୁ ଉର୍ଦ୍ଧ ହେବ ଏବଂ ଏହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି । ପୋଲିସ ଡ୍ରାଇଭରକୁ ଅଟକ ରଖି ପଚରା ଉଚୁରା କରୁଛି ।