ବଣାଇ : ୨୪/୧୧(ସତ୍ୟାନ୍ୟୁଜ୍) ବଣେଇ ଥାନା ଅନ୍ତର୍ଗତ ଜକେଇକଳା ଗ୍ରାମରେ ବାଇକ୍ ଦୁର୍ଘଟଣା ରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି।
ଜାଙ୍ଗଳା ଜାମଚୁଆ ଗ୍ରାମର ଶ୍ରୀମନ୍ତ ମୁଣ୍ଡା ବଣେଇରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଜକେଇକଳା ଗାଁ ମୁଣ୍ଡରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇ ଯାଇଥିଲେ। ସେ ରାସ୍ତା କଡ଼କୁ ଛିଟିକି ପଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ଲାଗି ତାଙ୍କୁ ରାଉରକେଲା ସରକାରୀ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି। ବଣେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି।