ସୁନ୍ଦରଗଡ଼ : ସୁଭଦ୍ରା ଯୋଜନାର ତୃତୀୟ କିସ୍ତିରେ ୨୦ ଲକ୍ଷ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ଟଙ୍କା।। ଜିଲ୍ଲାର ୯୦ ହଜାର ମହିଳାଙ୍କୁ ବାଣ୍ଟିଲେ ଟଙ୍କା।
*ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ରେ ୨୦ ଲକ୍ଷ ରୁ ଉର୍ଦ୍ଧ ମହିଳାଙ୍କୁ ମୂଖ୍ୟମନ୍ତ୍ରୀ ବାଣ୍ଟିଲେ ଟଙ୍କା
ସୁନ୍ଦରଗଡ଼ : ୨୪/୧୧(ସତ୍ୟାନ୍ୟୁଜ୍) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡରେ ଆଜି ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଟଙ୍କା ବାଣ୍ଟିଛନ୍ତି। ଯାତରା ପଡ଼ିଆରେ ଆୟୋଜିତ ବିଶାଳ ସମାବେଶରେ ମହିଳାଙ୍କୁ ସୁଭଦ୍ରା ଟଙ୍କା ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ। ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଦିନ ଗୋଟାଏ ରେ ଓହ୍ଲାଇ ସଡ଼କ ପଥରେ ଆସି ସୁନ୍ଦରଗଡ଼ ସମାବେଶରେ ଯୋଗଦେଇଥିଲେ। ସମାବେଶରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକ ର ଶିଳାନ୍ୟାସ ସହ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।
ଏହା ପରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଥିବା ଆୟୋଜିତ ସମ୍ବର୍ଦ୍ଧନା ସଭା ରେ ଯୋଗ ଦେଇଥିଲେ । ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧିତ କରଯାଇଥିଲା । ଯାତରା ପଡ଼ିଆରେ ଆୟୋଜିତ ସମାବେଶରେ ଜିଲ୍ଲାର ୧୦ ହଜାର ରୁ ଉର୍ଦ୍ଧ ଲୋକ ସାମିଲ ହେଇଥିଲେ। ଆଜି ସୁଭଦ୍ରା ଯୋଜନାରେ ୨୦ ଲକ୍ଷ ରୁ ଅଧିକ ମହିଳା ମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ଯେଉଁଥିରୁ ୯୦ ହଜାର ମହିଳା ସୁନ୍ଦରଗଡ଼ ଜିଲ୍ଲା ର ସୁଭଦ୍ରା ଟଙ୍କା ପାଇଛନ୍ତି । ଏହି ଅବସରରେ ୨୧୨ କୋଟି ଟଙ୍କା ବ୍ୟୟରେ ୨୮୮ ଟି ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସେହିପରି ୮୦୮ କୋଟି ଟଙ୍କା ବ୍ୟୟରେ ୬୯୨ ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଜିଲ୍ଲାରେ ରହିଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର କିପରି ଅଧିକ ବିକାଶ ହେବ ତା ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି କହୁଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ , ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ ଏବଂ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ , ମହିଳା ଓ ଶିଶୁ ବିକାଶ ପ୍ରମୁଖ ସଚିବ ଶୁଭା ଶର୍ମା, ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଯୋଗଦେଇଥିଲେ। ସୁଭଦ୍ରା ଟଙ୍କା ପାଇ ବେଶ ଖୁସିଥିବା ହିତାଧିକାରୀମାନେ କହିଥିବା ବେଳେ ସମସ୍ତ ହିତାଧିକାରୀ ଶୁଭଦ୍ରା ଟଙ୍କା ନ ପାଇବା ପର୍ଯ୍ୟନ୍ତ ଏହି ଯୋଜନା ବନ୍ଦ ହେବ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।