ସୁନ୍ଦରଗଡ : ଯାଯାବର କ୍ୟାମ୍ପରେ ୫ ଜଣଙ୍କ ହତ୍ୟାର ପର୍ଦ୍ଦାଫାଶ।। ଭାଇ ହତ୍ୟାର ପ୍ରତିଶୋଧ ପାଇଁ ସ୍ତ୍ରୀ ରଚି ଥିଲା ଷଢ଼ଯନ୍ତ୍ର।। ୬ ଗିରଫ ।
ସୁନ୍ଦରଗଡ଼ : ୨୨/୧୧(ସତ୍ୟା ନ୍ୟୁଜ୍) ପ୍ରତିଶୋଧ ର ବହ୍ନି କେତେ ଭୟଙ୍କର ହୋଇ ପାରେ ତା ସୁନ୍ଦରଗଡ଼ ଯାଯାବର ଗ୍ରୁପ୍ ଗଣ ହତ୍ୟା ରୁ ସ୍ପଷ୍ଟ ବାରି ହୋଇଛି। ଏପରିକି ଭାଇ ହତ୍ୟାର ପ୍ରତିଶୋଧ ନେବାକୁ ଜଣେ ନାରୀ ହତ୍ୟାକାରୀ କୁ ପ୍ରେମ କରି ବାହା ହୋଇଛି। ପରେ ସୁଯୋଗ ଦେଖି ଭାଇର ହତ୍ୟାକାରୀ ନିଜ ସ୍ୱାମୀକୁ ଶେଷ କରିବାର ଯୋଜନା କରିଛି।
କେବଳ ପ୍ରତିଶୋଧ ପାଇଁ ପ୍ରେମ ନିବେଦନ କରି ବାହା ହୋଇଥିଲା ମଞ୍ଜିକା ଅବିନାଶକୁ । ଛଳନା ଯୁକ୍ତ ପ୍ରେମ ବିବାହ ଓ ପରେ ଏହି ଜଘନ୍ୟ ହତ୍ୟାକାଣ୍ଡ ସାରା ରାଜ୍ୟରେ ଅଲୋଡନ ସୃଷ୍ଟି କରିଥିଲା।
ସୂଚନା ଅନୁଯାୟୀ କିଛି ବର୍ଷ ପୂର୍ବେ ମଞ୍ଜିକାର ଭାଇ ମନଜେନ ଗୁଡାକୁ ମଞ୍ଜିକା ସମ୍ମୁଖରେ ହତ୍ୟା କରିଥିଲା ଅବିନାଶ ପାୱାର। ସେହି ଦିନରୁ ଅବିନାଶକୁ କୁ ହତ୍ୟା କରିବା ଯୋଜନା କରି ମଞ୍ଜିକା ଅବିନାଶକୁ ମିଛ ପ୍ରେମ ନିବେଦନ କରି ବାହା ହେଲା । ତା ସହ ରହି ଏକ ଛୁଆ ମଧ୍ୟ ଜନ୍ମ କଲା । ଅନ୍ୟପଟେ ଅବିନାଶ ଅନ୍ୟଜଣେ ସକାୟା ଭୋସଲେ ର ସ୍ତ୍ରୀ ସହିତ ମଧ୍ୟ ଅନୈତିକ ସମ୍ପର୍କ ରଖିଥିଲା । ଯାହାକୁ ନେଇ ସକାୟା ଏବଂ ଅବିନାଶ ମଧ୍ୟରେ ଝଗଡା ଲାଗି ରହିଥିଲା । ସେହି ପରି ଅନ୍ୟ ଜଣେ ସନ୍ତୋଷ ଭୋସଲେର ମାମୁଁ ଏବଂ ଅକବର ଭୋସଲେ ର ଶ୍ୱଶୁର ଶାମା ରାଧେଶ୍ୟାମ ଭୋସଲେ କୁ ମଧ୍ୟ ୨୦୧୯ ସେପ୍ଟେମ୍ବର ମାସରେ ହତ୍ୟା କରିଥିଲା । ଏହି ସମସ୍ତ ଘଟଣାକୁ ନେଇ ପ୍ରତିଶୋଧ ର ନିଆଁ ଜଳୁଥିଲା ମଞ୍ଜିକା ଏବଂ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ । ସୁନ୍ଦରଗଡ ସଦର ଥାନା କରମଡିହି ଗୀତପଡା ଠାରେ ଅସ୍ଥାୟୀ ତମ୍ବୁ ରେ ସମସ୍ତେ ରହିଥିବା ବେଳେ ଏହି ଯୋଜନା କାର୍ଯ୍ୟକାରୀ ହୋଇ ଥିଲା। ମଞ୍ଜିକାର ସୂଚନା ଆଧାରରେ ଗତ ଅକ୍ଟୋବର ମାସ ୨୯ ତାରିଖ ରାତିରେ ସମସ୍ତେ ଶୋଇଥିବା ବେଳେ ଦୁବୃର୍ତ୍ତ ମାନେ ଆକ୍ରମଣ କରି ହତ୍ୟା କରିଥିଲେ ୩ ଜଣ ମହିଳାଙ୍କ ସମେତ ୫ ଜଣଙ୍କୁ । ଟାର୍ଗେଟ ଥିଲା ଅବିନାଶ କୁ ହତ୍ୟା କରିବାକୁ। ତେବେ ଅବିନାଶ ବଞ୍ଚି ଯାଇଥିବା ବେଳେ ଅବିନାଶର ଭଉଣୀ କ୍ଷମା ଭୋସଲେ, ଭାଇ ସୁବାସ ପାୱାର, ଜେଜେମା କୁଣ୍ଡି ପାୱାର, ମାମୁଁ ଚରଣ କୁମାର ଏବଂ ମାଇ କାଇଲା କୁମାର ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ। ହତ୍ୟା ପରେ ଅଭିଯୁକ୍ତ ମାନଙ୍କ ସହିତ ମଞ୍ଜିକା ୪ ଜଣ ଶିଶୁଙ୍କୁ ଧରି ଫେରାର ହୋଇ ଯାଇଥିଲା । ଏହି ହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଲାଇ ଦେଇଥିଲା ।
ଯାଯାବର ହତ୍ୟାକାରୀଙ୍କୁ ଧରିବା ପୋଲିସ ପାଇଁ ଏକ ବଡ ଚାଲେଞ୍ଜ ପାଲଟିଥିଲା । ସଦର ଥାନା ପୋଲିସ ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩(୧)/୧୧୮(୧)/୩(୫) ରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ପୋଲିସ ଟେକ୍ନୋଲୋଜିର ବ୍ୟବହାର କରି ବିଭିନ୍ନ ଅଂଚଳରେ ଚଢାଉ ଜାରି ରଖିଥିଲା । ଶେଷ ରେ ୨୨ ଦିନର ପରିଶ୍ରମ ପରେ କର୍ଣ୍ଣାଟକର ଗଡାଙ୍ଗ ଜିଲ୍ଲାରୁ ୬ ଅଭିଯୁକ୍ତ ସନ୍ତୋଷ ଭୋସଲେ, ଜଗେଶ ଭୋସଲେ, ଲାଲେ ଭୋସଲେ, ସୁନୀଲ ପାଓାର, ଅକବର ଭୋସଲେ ଏବଂ ଇନ୍ତେଷ ପାଓାରକୁ ଗିରଫ କରିବା ସଫଳ ହୋଇଥିଲା । କର୍ଣ୍ଣାଟକ ରୁ ଟ୍ରାଂଜିଟ ରିମାଣ୍ଡ ରେ ଆଣି ଆଜି ତାଙ୍କୁ କୋର୍ଟରେ ହାଜର କରିବା ସହ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଛି ସୁନ୍ଦରଗଡ ପୋଲିସ ।