ରାଉରକେଲା : ସହରର ଅନ୍ୟତମ ନାମୀ ରେଷ୍ଟୁରାଣ୍ଟ ‘ ମଧୁବନ ‘ ସିଲ୍।। ୭ ଦିନ ପାଇଁ ସିଲ୍ କଲେ ଖାଦ୍ୟ ନିରାପତ୍ତା ବିଭାଗ।

0 567

ରାଉରକେଲା : ୨୧/୧୧(ସତ୍ୟାନ୍ୟୁଜ୍) ରାଉରକେଲା ମଧୁବନ ହୋଟେଲ କରାଗଲା ସିଲ୍। ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଅଭିଯୋଗରେ ହୋଟେଲ କୁ ୭ ଦିନ ପାଇଁ ସିଲ୍ କଲେ ଆର୍ ଏମ୍ ସି ଖାଦ୍ୟ ସୁରକ୍ଷା ବିଭାଗ। ଏଡିଏମ୍ ଙ୍କ ନିର୍ଦ୍ଦେଶ କ୍ରମେ ଏହି ହୋଟେଲ ସିଲ୍ କରାଯାଇଥିବା ନେଇ ସୂଚନା ଦେଲେ ଖାଦ୍ୟ ସୁରକ୍ଷା ଅଧିକାରୀ।
ରାଉରକେଲା ୪ ନମ୍ବର ସେକ୍ଟର ଠାରେ ଥିବା ସହରର ନାମୀ ରେଷ୍ଟୁରାଣ୍ଟ
‘ ମଧୁବନ ‘ କୁ ଆଜି ସିଲ୍ କରି ଦିଆ ଯାଇଛି। ଏହି ହୋଟେଲ ନାମରେ ପୂର୍ବରୁ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ନେଇ ଅଭିଯୋଗ ରହିଥିଲା। ଏହି ତ୍ରୁଟି କୁ ସୁଧାରିବା ଲାଗି ବାରମ୍ବାର ନୋଟିସ୍ ଦେବା ସ୍ଵତ୍ତେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। ତେଣୁ ଏଡିଏମ୍ ଙ୍କ ନିର୍ଦ୍ଦଶ କ୍ରମେ ହୋଟେଲ କୁ ସିଲ୍ କରା ଯାଇଥିବା ସୂଚନା ଦେଇଛନ୍ତି ଖାଦ୍ୟ ନିରାପତ୍ତା ଅଧିକାରୀ। ହୋଟେଲ ର କିଚିନ୍ ରେ ଅପରିଷ୍କାର ପରିବେଶ ରହିଥିବା କୁହାଯାଇଛି। ଏହାଛଡା ହୋଟେଲ ଫ୍ରିଜ୍ ରେ ଥିବା ବିଭିନ୍ନ ଖାଦ୍ୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିବା କହିଛନ୍ତି ଖାଦ୍ୟ ନିରାପତ୍ତା ଅଧିକାରୀ।

Leave A Reply

Your email address will not be published.