ରାଉରକେଲା : ୧୦/୧୧(ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନା ର ସମ୍ମାନ ଜନକ ସ୍ୱୀକୃତି ନିର୍ବାଚନ ଲାଗି ମଙ୍ଗଳବାର ଭୋଟ ଗ୍ରହଣ କରାଯିବ। ସେହି ଦିନ ଭୋଟ ଗଣତି କରାଯାଇ ଫଳା ଫଳ ପ୍ରକାଶ ପାଇବ। ଦିନକ ପରେ ହେବାକୁ ଥିବା ଏହି ନିର୍ବାଚନ ଲାଗି ଆଜି ପ୍ରଚାର ର ଶେଷ ଦିନ ଥିଲା। ନିର୍ବାଚନରେ ଭାଗ ନେଉଥିବା ପ୍ରାୟ ୧୬ ଟି ଶ୍ରମିକ ସଙ୍ଗଠନ ଆଜି ନିଜ ନିଜ ସପକ୍ଷରେ ଶେଷ ପ୍ରଚାର କରିଛନ୍ତି। ସାମ୍ବାଦିକ ସମ୍ମିଳନୀ ଏବଂ ସାଧାରଣ ସଭା ମାଧ୍ୟମରେ ଏହି ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଆଜି ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ନିଜ ପକ୍ଷ ରଖା ଯାଇଥିଲା। ସେହିପରି ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପକ୍ଷରୁ ମଧ୍ୟ ସାଧାରଣ ସଭା କରାଯାଇ ନିଜ ସପକ୍ଷରେ ଭୋଟ ପ୍ରଚାର କରା ଯାଇଥିଲା।