ସୁନ୍ଦରଗଡ଼ : ଟ୍ରେଲର ମାଡ଼ି ଯିବାରୁ ମହିଳାଙ୍କ ସମେତ ୬ ଛେଳି ମୃତ।। ସୁନ୍ଦରଗଡ଼ ଟାଉନ୍ ଥାନା ଅଞ୍ଚଳର ଘଟଣା।

0 361

ସୁନ୍ଦରଗଡ଼ : ୨୩/୯(ସାତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଟାଉନ୍ ଥାନା ଅର୍ନ୍ତଗତ ଅମଲିପାଲି ବାଇପାସ୍ ନିକଟ ରାସ୍ତାରେ ଏକ ଦ୍ରୁତ ଗାମୀ ଟ୍ରେଲର ଡିଭାଇଡର୍ ଡେଇଁ ମାଡ଼ି ଯିବା ଫଳରେ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଟି ଛେଳି ମୃତ୍ୟୁ ବରଣ କରିଛନ୍ତି। କ୍ଷତିପୂରଣ ଏବଂ ଦ୍ରୁତ ଗତି ରେ ଗାଡ଼ି ଚାଳନା ରୋକିବା ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ମୃତକ ମହିଳା ଗୁରୁବାରି ବାଗ୍ ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ଆଜି ପୂର୍ବାହ୍ନ ରେ ମହିଳା ଜଣଙ୍କ ଛେଳି ନେଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେଲର ଟି ଦ୍ରୁତ ଗତିରେ ବିପରୀତ ଦିଗରୁ ମାଡ଼ି ଆସି ଡିଭାଇଡର୍ ଡେଇଁ ଦୁର୍ଘଟଣା ଘଟାଇ ଥିଲା।

Leave A Reply

Your email address will not be published.