ସୁନ୍ଦରଗଡ଼ : ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ।। କାଦୁଅ ରାସ୍ତାରେ ୧ କିଲୋମିଟର୍ ଷ୍ଟ୍ରେଚରରେ ଆମ୍ବୁଲାନ୍ସ କୁ ବୋହିଲେ ରୋଗୀଙ୍କୁ।

0 516

ସୁନ୍ଦରଗଡ଼ : ୩୦/୮(ସତ୍ୟାନ୍ୟୁଜ) ବର୍ଷାଦିନେ କାଦୁଅ ପଚପଚ ରାସ୍ତା ଯୋଗୁଁ ପଡାକୁ ଯାଇପାରିଲାଣି ଆମ୍ବୁଲାନ୍ସ। ଏହି ସମୟରେ ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ। ପଡୋଶୀଙ୍କ ସହ ମିଶି ଷ୍ଟ୍ରେଚରରେ ବୋହି ଆଣିଲେ ଗୁରୁତର ରୋଗୀଙ୍କୁ। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ରାମପୁର ପଞ୍ଚାୟତ କିସାନପଡା ଗ୍ରାମରେ ଦେଖିବାକୁ ମିଳିଛି। ଉକ୍ତ ପଡା ର ୫୫ ବର୍ଷୀୟ ଶୁକ୍ରୁ ବାଘ୍ ରୋଗ ଗ୍ରସ୍ତ ହୋଇ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ହସ୍ପିଟାଲ୍ ନେବା ପାଇଁ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲା।ଆମ୍ବୁଲାନ୍ସ ଠିକ୍ ସମୟରେ ମଧ୍ୟ ପହଞ୍ଚି ଥିଲା। ଅନ୍ୟ ପକ୍ଷରେ ମୁଖ୍ୟ ରାସ୍ତାରୁ ପଡା କୁ ଯାଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇ ପାରିନଥିଲା। ରୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ କର୍ମଚାରୀ ତୁରନ୍ତ ଷ୍ଟ୍ରେଚରରେ ବୋହି ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଆମ୍ବୁଲାନ୍ସ କର୍ମଚାରୀ ପପୁ କୁମାର ବେହେରା , ମନୋଜ କୁମାର ନାଗ , ପ୍ରମୋଦ ଲାକ୍ରା କାଦୁଅ ରାସ୍ତାରେ ପାୟ ୧ କିଲୋମିଟର୍ ଷ୍ଟ୍ରେଚର୍ ରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା ଏବଂ କର୍ତ୍ତବ୍ୟ ପରାୟଣତା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏବେ ଶୁକ୍ରୁ ଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।

ପ୍ରକାଶ ଥାଉକି ଉକ୍ତ ପଡାର ସୁବିଧା ପାଇଁ ନୂତନ ପୋଲ ନିର୍ମାଣ ପାଇଁ ସରକାର ପାଖରୁ କାର୍ଯ୍ୟାଦେଶ ଦିଆଯାଇଛି | କିନ୍ତୁ ଠିକାଦାରଙ୍କ ଖାମଖିଆଲି ନୀତି ଯୋଗୁ ପୋଲ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି | ଏଥିପାଇଁ ପଡାବାସୀ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅସମ୍ପୂର୍ଣ୍ଣ ବ୍ରିଜ କୁ ଶୀଘ୍ର ସମ୍ପୂର୍ଣ କରିବା ଲାଗି ସମିତି ସଭ୍ୟ ପ୍ରମୋଦ କୁମାର ମିଞ୍ଜ, ୱାର୍ଡ ମେମ୍ବର ପରକ୍ଷୀତ ମାଝୀ, ଅନୁଗ୍ରହ ଏକ୍କା ପ୍ରମୁଖ ଦାବି କରିଛନ୍ତି।

Leave A Reply

Your email address will not be published.