ବଣାଇ : ୩୧/୭(ସତ୍ୟାନ୍ୟୁଜ) ଚାଷଜମିରୁ ଉଦ୍ଧାର ହେଲା ବିଦେଶୀ ପକ୍ଷୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ ବରାମୁଷା ଗାଁରେ।
ବୁଧବାର ସକାଳେ ଗାଁର ଜଣେ ଚାଷୀ ବିଲକୁ ଯାଇଥିଲେ। ବିଲରେ ପହଞ୍ଚିବା ପରେ ଚାଷ ଜମିରେ ଏକ ବିଦେଶୀ ପକ୍ଷୀ ଦେଖିବାକୁ ପାଇଥିଲେ। ଉକ୍ତ ପକ୍ଷୀକୁ ବିଲରେ ଅନ୍ୟ କିଛି ପକ୍ଷୀ ମାନେ ଆକ୍ରମଣ କରୁଥିଲେ। ଚାଷୀ ଜଣଙ୍କ ସେ ପକ୍ଷୀମାନଙ୍କ କବଳରୁ ବିଦେଶୀ ପକ୍ଷୀକୁ ଉଦ୍ଧାର କରିଥିଲେ।
ଚାଷୀ ଜଣଙ୍କ ଗାଁର କିଛି ଲୋକଙ୍କୁ ବିଦେଶୀ ପକ୍ଷୀକୁ ନେଇ ଦେଖାଇଥିଲେ। ଗାଁ ଲୋକେ ପକ୍ଷୀକୁ ଧରି ବନ ବିଭାଗ କାର୍ଯ୍ୟାଳକୁ ଯାଇଥିଲେ। ବଣାଇଁ ଫରେଷ୍ଟର ଉକ୍ତ ପକ୍ଷୀକୁ ଚିକିତ୍ସା ଲାଗି ପଠାଇ ଥିଲେ। ଏହି ବିଦେଶୀ ପକ୍ଷୀ ନିଜ ଗୋଷ୍ଠୀ ରୁ ଅଲଗା ହୋଇ ଯାଇ ବର୍ଷା ମାଡ଼ରେ ତଳେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ବନ ବିଭାଗ ପକ୍ଷୀଟିର ଯତ୍ନ ନେଉଛନ୍ତି।