ବଣାଇ : ଶ୍ରାବଣ ମାସର ପ୍ରଥମ ସୋମବାରରେ ବାବା ବାଣେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ।। ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା।

0 273

ବଣାଇ : ୨୨/୭ (ସତ୍ୟାନ୍ୟୁଜ) ଶ୍ରାବଣ ମାସର ପ୍ରଥମ ସୋମବାରରେ ବଣାଇଁର ପ୍ରସିଦ୍ଧ ଶୈବପୀଠ ଦେଓଗାଁ ଠାରେ ଥିବା ବାବା ବାଣେଶ୍ଵର ମନ୍ଦିରରେ ବୋଲବମ୍ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ଏଥିପାଇଁ ଦେବୋତ୍ତର ବିଭାଗ , ପୋଲିସ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏଠାକୁ ବିଭିନ୍ନ ସ୍ଥାନରୁ ଶିବ ଭକ୍ତମାନେ ପଦଯାତ୍ରା କରି ଆସି ଜଳାଭିଷେକ କରିଛନ୍ତି । ଭକ୍ତ ମାନେ ବ୍ରାହ୍ଣଣୀ ନଦୀ ଘାଟରୁ ଜଳ ସଂଗ୍ରହ କରି ବାବା ବାଣେଶ୍ଵରଙ୍କୁ ଜଳାଭିଷେକ କରିଛନ୍ତି। ଭକ୍ତଙ୍କ ପାଇଁ ବ୍ରାହ୍ଣଣୀ ନଦୀ ତଥା ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଭକ୍ତ ମାନେ କିପରି ସୁବିଧାରେ ବ୍ରାହ୍ଣଣୀ ନଦୀରୁ ପାଣି ନେଇ ବାଣେଶ୍ଵର ମନ୍ଦିରରେ ଜଳାଭିଷେକ କରିବେ ସେଥିନିମନ୍ତେ ସୁବ୍ୟବସ୍ଥା କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ମନ୍ଦିର ପରିସରରେ ଭଜନ ସମାରୋହ ଆୟୋଜିତ ହେବା ସହ ଭକ୍ତଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। 

Leave A Reply

Your email address will not be published.