ବଣାଇ : ଦୋକାନ ଭିତରେ ପଶିଗଲା ବୋଲେରୋ।। ଅଳ୍ପକେ ବର୍ତ୍ତିଲେ ମାଲିକ ଏବଂ ଗ୍ରାହକ।। ଡ୍ରାଇଭର ଫେରାର।

0 336

ବଣାଇ : ୨୧/୭ (ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅର୍ନ୍ତଗତ କେନ୍ଦ୍ରୀକଳା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା କଡ଼ରେ ଥିବା ଦୋକାନ ଭିତରକୁ ଏକ ବୋଲେରୋ ଗାଡ଼ି ଦ୍ରୁତ ଗତିରେ ଆସି ପଶି ଯାଇଥିଲା। ଦୋକାନରେ ଥିବା ଗ୍ରାହକ ଏବଂ ମାଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଗାଡିଟି ସିଧା ମାଡି ଆସିବାରୁ ମାଲିକ, ଗ୍ରାହକ ଯିଏ ଯୁଆଡେ ପାରିଲେ ଦୌଡ଼ି ପଳାଇ ଥଲେ। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇ ଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି। ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

Leave A Reply

Your email address will not be published.