ବଣାଇ : ୧୫ ଦିନ ଧରି ଉପଦ୍ରବ କରୁଥିବା ଦନ୍ତା କୁ ବନବିଭାଗ ଘଉଡ଼ାଇବାରେ ସକ୍ଷମ ହେଲା।। ଏବେ ହାତୀଟି ଦେବଗଡ଼ ଜଙ୍ଗଲରେ ରହିଛି।

0 299

ବଣାଇ : ୧୪/୭ (ସତ୍ୟାନ୍ୟୁଜ) ୧୫ ଦିନ ହେଲା ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଉପଦ୍ରବ ଚଳାଇଥିବା ଦନ୍ତା ହାତୀକୁ ଶେଷ ରେ ବନ ବିଭାଗ ଘଞ୍ଚ ଜଙ୍ଗଲ କୁ ଘଉଡାଇବାରେ ସକ୍ଷମ ହୋଇଛି । ଏହି ହାତୀ ବଣାଇ, କୁଳିପୋଷ, ବାଙ୍କୀ ରେଞ୍ଜରେ ଉପଦ୍ରବ କରିବା ସହ ଅନେକ ଘର ନଷ୍ଟ ଭାଙ୍ଗି ଦେଇଥିଲା। ଲୋକେ ଜୀବନ ବଞ୍ଚାଇବା ଲାଗି ଘରୁ ବାହାରି ପଳାଉ ଥିଲେ। ହାତୀ ଆତଙ୍କରେ ଲୋକ ମାନେ ରାତି ଅନିଦ୍ରା ରହି ଜଗୁଥିଲେ। ହାତୀ ଉପଦ୍ରବ ରେ ଅତିଷ୍ଠ ଗ୍ରାମବାସୀ ହାତୀକୁ ଅନ୍ୟତ୍ର ଘଉଡାଇବାକୁ ଦାବୀ କରିଥିଲେ। ଶେଷରେ ବଣାଇ ଡିଫଓ ଲଳିତ ପାତ୍ର ଙ୍କ ନିର୍ଦ୍ଦେଶ ରେ ଗତକାଲି ହାତୀ ଘଉଡାଇବାକୁ ପଦକ୍ଷେପ ନିଆଯାଇଥିଲା। କୁଳିପୋଷର ପ୍ରାୟ ୪ଟି ସେକ୍ସନର ବନ କର୍ମଚାରୀ,ବଣାଇ ବନବିଭାଗର ସମସ୍ତ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଉତ୍ପାତ ଚଳାଇ ଥିବା ହାତୀ କୁ ଗତ କାଲି ରାତିରେ ଘଉଡାଇବାକୁ ସକ୍ଷମ ହୋଇଥିଲେ ବନ ବିଭାଗ। ଏବେ ହାତୀଟି ବଣାଇ ରୁ ପ୍ରାୟ ୩୦ କିଲୋମିଟର ଦୂର ଦେବଗଡ଼ ଜଙ୍ଗଲରେ ରହିଛି। ଦନ୍ତା ଯେପରି ପୁଣି ଫେରି ନଆସେ ସେଥି ପ୍ରତି ସଜାଗ ରହିବାକୁ ଗ୍ରାମବାସୀ ବନବିଭାଗକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.