ବଣାଇ : ବଣାଇ ଅଞ୍ଚଳ ରେ ନିୟମିତ ଭାବେ ଘର ଭାଙ୍ଗୁଛି ହାତୀ।। ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀ ଘଉଡ଼ାଇବାକୁ ଦାବି।

0 348

ବଣାଇ : ୧୨/୭ (ସତ୍ୟାନ୍ୟୁଜ) ରାତିରେ ଗାଁ ରେ ପଶୁଛି ହାତୀ। ଘର ଭାଙ୍ଗୁଛି , ଚାଉଳ ଖାଇ ଯାଉଛି। ଘରେ ରହୁଥିବା ଲୋକେ ଦୌଡ଼ି ପଳେଇ ଜୀବନ ବଞ୍ଚାଉ ଛନ୍ତି। ୧୫ ଦିନ ହେଲା ଏପରି ଚାଲିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ। ଖାଦ୍ୟ ଅନ୍ୱେଷଣ ରେ ଏକ ଗୋଠ ଛଡ଼ା ଦନ୍ତା ଗାଁ କୁ ପଶି ଉପଦ୍ରବ ଚଳାଇଛି। ଯେତେ ଘଉଡ଼ାଇଲେ ମଧ୍ୟ ଯାଉନାହିଁ। ଦିନରେ ନିକଟସ୍ଥ ଜଙ୍ଗଲରେ ଆଶ୍ରୟ ନେଇ ରାତିରେ ଗାଁ କୁ ପଶୁଛି। ଏପରିକି ବଣାଇ ସହରରେ ମଧ୍ୟ ହାତୀ ସଂଧ୍ୟାରେ ବୁଲୁଛି। ଗତକାଲି ବଣାଇ ନିକଟ ଦେଓଗାଁ ରେ ହାତୀ ପଶି ଦୁଇଟି ଘର ଭାଙ୍ଗି ଦେବା ସହ ଚାଉଳ ଖାଇ ଯାଇଛି। ଦୁଇ ଦୀନ ତଳେ ବାବୁ ନୂଆଗାଁ, କେନାଭେଟା, ଛତିଆଢିପା ଅଂଚଳରେ ଏହି ଦନ୍ତା ଘର ଭାଙ୍ଗି ଥିଲା। ଏବେ ହାତୀ ଟି ବ୍ରାହ୍ମଣୀ ନର୍ସରୀ ନିକଟ ଜଙ୍ଗଲ ରେ ରହିଛି। ବନ ବିଭାଗ ହାତୀ ଉପରେ ନଜର ରଖି ଥିବା ବେଳେ ଗ୍ରାମବାସୀ ମାନେ ଘରଭଙ୍ଗା ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।

Leave A Reply

Your email address will not be published.