ରାଉରକେଲା : ୧୧/୬ (ସତ୍ୟାନ୍ୟୁଜ) ଶିଶୁ ଶ୍ରମିକଙ୍କୁ କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ। ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କାମରେ ଲଗାଇଲେ ଉଭୟ ଜରିମାନା ଏବଂ ଜେଲ ଯିବାର ନିୟମ ରହିଛି। ୧୫ରୁ ୧୮ ବର୍ଷର ବାଳକ ବାଳିକାଙ୍କୁ ବିପଦ ଶଙ୍କୁଳ କାମରେ ଲଗାଇଲେ ମଧ୍ୟ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ତଥାପି ଲୋକମାନେ ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ନିୟୋଜିତ କରିଥାନ୍ତି। ଏବେ ସରକାର ଶିଶୁ ଶ୍ରମିକ ମୁକ୍ତ ଓଡିଶା କରିବା ଲାଗି ବଦ୍ଧ ପରିକର। ଏଥିଲାଗି ଶ୍ରମ ଏବଂ ରାଜ୍ୟ ବୀମା କର୍ମଚାରୀ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ମଙ୍ଗଳବାର ଦିନ ରାଉରକେଲାରେ ଶିଶୁ ଶ୍ରମିକ ନିରୋଧ ସଚେତନତା ରଥ କୁ ପତାକା ହଲାଇ ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଶୁଭାରମ୍ଭ କରିଥିଲେ। ଶିଶୁ କିମ୍ବା ବାଳ ଶ୍ରମିକଙ୍କୁ ନିୟୋଜିତ କରୁଥିବା ଲୋକମାନଙ୍କୁ ସାବଧାନ ହେବାକୁ ଏଡିଏମ୍ ସତର୍କ କରିଛନ୍ତି।