ରାଉରକେଲା : ଭୋଟ୍ ବର୍ଜନ ନିଷ୍ପତ୍ତି ନେଲେ ଗ୍ରାମବାସୀ।। ମୌଳିକ ସବାରୁ ଅବହେଳିତ ଚାନ୍ଦିପୋଷ ପଞ୍ଚାୟତର ପଦ୍ମପୁର ଗ୍ରାମବାସୀଙ୍କ ନିଷ୍ପତ୍ତି।

0 365

ରାଉରକେଲା : ୨୩/୪ (ସତ୍ୟାନ୍ୟୁଜ) ବାରମ୍ବାର ଅଭିଯୋଗ କରି ମୌଳିକ ସବାରୁ ବଞ୍ଚିତ ରହିବା ପରେ ଗ୍ରାମବାସୀ ମାନେ ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜ୍ଜନ କରିବା ନିଷ୍ପତ୍ତି ନେଇଛନ୍ତି। ବର୍ଷ ପରେ ବର୍ଷ ବିତି ଯାଉଛି, ନିର୍ବାଚନ ପରେ ପୁଣି ନିର୍ବାଚନ ହେଉଛି , ନେତା ପରେ ନେତା ବଦଳୁଛନ୍ତି । କିନ୍ତୁ ବଦଳୁ ନାହିଁ ଗୁରୁଣ୍ଡିଆ ବ୍ଲକର ଚାନ୍ଦିପୋଷ ପଂଚାୟତ ର ତିନିଟି ପାହାଡ଼ ଉପରେ ରହୁଥିବା ପଦ୍ମପୁର ଗ୍ରାମବାସୀଙ୍କର। ଏହି ଗାଁରେ ନା ଅଛି ବିଜୁଳି, ନା ଅଛି ରାସ୍ତା, ତିନିଟି ପାହାଡ଼ ଚଢି ଗଲେ ମିଳେ ସରକାରୀ ଚାଉଳ, ସ୍ୱସ୍ତ୍ୟ ସେବା, ପାଠ ପଢ଼ା, ବଜାର ଘାଟ ଏବଂ ସ୍କୁଲ । ତିନି କିଲୋମିଟର ପାହାଡ଼ ଚଢି ଗଲେ ମିଳେ ଆମ୍ବୁଲାନ୍ସ ସେବା। ଗାଁରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଚଳିତ ନିର୍ବାଚନରେ ଭୋଟ ମାଗିବାକୁ ଆସିଲେ ନେତା ମାନଙ୍କୁ ଜବାବ ମାଗିବେ ଗ୍ରାମବାସୀ। ଆମେ ତ ଏମତି ଅବହେଳିତ ରହୁଛୁ , ଭୋଟ କାଁହଁକି ଦେବୁ ବୋଲି କହିଛନ୍ତି ଗାଁ ଲୋକେ। ଏ ବାବଦରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

Leave A Reply

Your email address will not be published.