ରାଉରକେଲା : ଭୋଟର ସଚେତନତା ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ।। ସହରର ବିଭିନ୍ନ ମହାବିଦ୍ୟାଳୟରେ ଅୟୋଜିତ ହେଲା ଶପଥ ପାଠ କାର୍ଯ୍ୟକ୍ରମ।
ରାଉରକେଲା ୨୦/୪/(ସତ୍ୟାନ୍ୟୁଜ) : ୧୮ ବର୍ଷରୁ ଉର୍ଦ୍ଧ ଯୁବ ଭୋଟର ମାନଙ୍କୁ ମତଦାନ କରିବାକୁ ଉତ୍ସାହିତ କରିବା ପାଇଁ ଆଜି ରାଉରକେଲା ତଥା ଆଖପାଖ ଅଂଚଳର ବିଭିନ୍ନ ମହାବିଦ୍ୟାଳୟରେ ଭୋଟର ସଚେତନତା ଓ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା
ସରକାରୀ ସ୍ବୟଂଶାସିତ ମହାଵିଦ୍ୟାଳୟ ,ରାଉରକେଲା ମହାବିଦ୍ୟାଳୟ, ପ୍ରିୟ ଦର୍ଶିନୀ ମହିଳା ମହାଵିଦ୍ୟାଳୟ, ନୀଳଶୈଳ ମହାବିଦ୍ୟାଳୟ, ସିଟିଇ ରାଉରକେଲା , ଏଚକେ ରାୟ ଡିଗ୍ରୀ ମହାବିଦ୍ୟାଳୟ , କଲ୍ୟାଣୀରାୟ ଡିଗ୍ରୀ ମହାବିଦ୍ୟାଳୟ, ଗାନ୍ଧୀ ମହାବିଦ୍ୟାଳୟ ଏବଂ ସି.ଏ.ଏସ.ଟି ବନ୍ଧମୁଣ୍ଡା ଆଦି ମହାବିଦ୍ୟାଳୟରେ ଶପଥପାଠ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗଣତନ୍ତ୍ରର ପରଂପରା ବଜାୟ ରଖିବାକୁ ଏବଂ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ର ଗରିମା କୁ ବଜାୟ ରଖିବା ସହିତ ମତଦାନ ସାବ୍ୟସ୍ତ କରିବାକୁ ଶପଥ ପାଠକରିଥିଲେ ା ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ, ଲାଠିକଟା ତହସିଲଦାର ଆର୍ତତ୍ରାଣ ଥାଟି , ବିଶ୍ରା ତହସିଲଦାର ମନିଷା ହେମ୍ବ୍ରମ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଭୋଟଦାନ କରିବାକୁ ଉତ୍ସାହିତ କରିଥିଲେ।