ରାଉରକେଲା : ବୋଲେରୋ ଧକ୍କା ରେ ମହିଳା ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା।। କ୍ଷତିପୂରଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ।
ବୋଲେରୋ ଧକ୍କାରେ ମହିଳା ଶ୍ରମିକ ମୃତ। କଲୁଙ୍ଗା ଆଇ ଡି ସି ରେ ଉତ୍ତେଜନା
ରାଉରକେଲା:୧୭/୧୦
(ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଆଇଡିସି ରେ ଦୁର୍ଘଟଣାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ କୁ ନେଇ ଆଜି ଉତ୍ତେଜନା ଦେଖା ଦେଇଛି। ସକାଳ ପ୍ରାୟ ୭ଟା ସମୟରେ କଲୁଙ୍ଗା ଆଇଡସି ରେ ଏକ କମ୍ପାନୀ ର ବୋଲେରୋ ଧକ୍କାରେ ଜଣେ ମହିଳା ଶ୍ରମିକ ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଶତାଧିକ ଲୋକ ଏକତ୍ର ହୋଇ ଘଟଣାର ନିରପେକ୍ଷ ତଦନ୍ତ ସହ କ୍ଷତିପୂରଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲା। ମହିଳା ଜଣଙ୍କ ସ୍ଥାନୀୟ ଏକ ଫ୍ୟାକ୍ଟ୍ରି କୁ ଯାଉଥିବା ସମୟରେ ଅନ୍ୟ ଏକ କମ୍ପାନୀ ର ବୋଲେରୋ ଡ୍ୟୁଟି ରେ ଲୋକଙ୍କୁ ଛାଡି ଫେରୁଥିବା ବେଳେ ମହିଳା ଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥା ରେ ମହିଳାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍ ନିଆ ଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।