ସୁନ୍ଦରଗଡ଼: ବାଲି ମାଫିଆ ଙ୍କ ପୋଲିସ୍ ଉପରେ ଆକ୍ରମଣ।। ୩ ବାଲି ବୋଝେଇ ଟ୍ରାକ୍ଟର ଛଡ଼ାଇ ନେଲେ।

0 107

ଖଣି ଅଧିକାରୀ ଓ ପୁଲିସ କୁ ବାଲି ମାଫିଆ ଙ୍କ ଆକ୍ରମଣ

ସୁନ୍ଦରଗଡ଼:୩/୫(ସତ୍ୟାନ୍ୟୁଜ) ଖଣି ଅଧିକାରୀ ଏବଂ ପୁଲିସ କୁ ବାଲି ମାଫିଆ ଙ୍କ ମାଡ଼ ମାରିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଟାଉନ ଥାନା ଅମଲିପାଲି ବାଲି ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ପହଞ୍ଚି ଥିଲେ। ଏତିକି ବେଳେ ବାଲି ମାଫିଆ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବାଲି ବୋଝେଇ ଟ୍ରାକ୍ଟର ଧରା ପଡ଼ିବା ପରେ ଖଣି ଅଧିକାରୀ ଏବଂ ପୁଲିସ କର୍ମଚାରୀ ଙ୍କୁ ବାଲି ମାଫିଆ ମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ଲାତ , ମୁଥ ରେ ମାଡ଼ ମାରିବା ସହ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଥାନାରେ ଏତଲା ହୋଇଛି । ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ଜଣା ପଡ଼ିଛି। ବାଲି ମାଫିଆ ମାନେ ୪ ଟି ଟ୍ରାକ୍ଟର ରେ ବାଲି ନେଇ ଯାଉଥିବା ବେଳେ ଖଣି ଅଧିକାରୀ ଏବଂ ପୋଲିସ୍ ସେମାନଙ୍କୁ ଅଟକାଇଥିଲେ। ଫଳରେ ଉତକ୍ଷିପ୍ତ ହୋଇ ବାଲି ମାଫିଆ ପୋଲିସ୍ କୁ ଆକ୍ରମଣ କରି ୩ ଟି ଟ୍ରାକ୍ଟର ନେଇ ଯାଇଥିବା ବେଳେ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଜବତ କରା ଯାଇଛି। ପୋଲିସ୍ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଥିବା ବେଳେ ଅନ୍ୟ ମାନଙ୍କୁ ଖୋଜା ଚାଲିଛି।

Leave A Reply

Your email address will not be published.