ରାଉରକେଲା : ଏଣ୍ଟରପ୍ରାଇଜ ଓଡିଶା କାର୍ଯ୍ୟକ୍ରମ ଲାଗି ରୋଡ ଶୋ।। ଯୋଗ ଦେଲେ ବହୁ ଶିଳ୍ପ ସଙ୍ଗଠନର କର୍ମକର୍ତ୍ତା।

0 386

ରାଉରକେଲା : ୬/୧ (ସତ୍ୟାନ୍ୟୁଜ) ପଶ୍ଚିମ ଓଡ଼ିଶାରେ ଶିଳ୍ପର ବିକାଶ ତଥା ଅର୍ଥନୈତିକ ଉନ୍ନତି ଉଦ୍ଦେଶ୍ୟରେ ଅୟୋଜନ କରାଯାଉଛି ଏଣ୍ଟରପ୍ରାଇଜ ଓଡିଶା ମେଳା। ଆସନ୍ତା ୧୯ , ୨୦ , ୨୧ ତାରିଖ ୩ ଦିନ ଧରି ଏହି ମେଳା ଝାରସୁଗୁଡାରେ ଚାଲିବ। ରାଜ୍ୟ ସରକାର ଏବଂ ବିଭିନ୍ନ ଶିଳ୍ପ ସଂସ୍ଥା ମିଳିତ ସହଯୋଗରେ ଏହି ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ଦିନ ରାଉରକେଲା
ମେ ଫେଆର ଭିଲେଜ ରେ ଏକ ରୋଡ଼ ଶୋ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଉରକେଲା ବଣିକ ସଙ୍ଘ କର୍ମକର୍ତ୍ତାଙ୍କ ସହ ବହୁ ଶିଳ୍ପପତି ଯୋଗ ଦେଇଥିଲେ। ଇପିକଲ ର ଏମ୍ ଡି ଭୁପେନ୍ଦ୍ର ସିଂ ପୁନିଆ , ସିଆଇଆଇ ଓଡିଶା ଶାଖା ଅଧ୍ୟକ୍ଷ ଶଶୀ ଶେଖର ମହାନ୍ତି , ରାଉରକେଲା ଇସ୍ପାତ କାରଖାନା ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଉରକେଲା ବଣିକ ସଂଘର ସଭାପତି ସୁନୀଲ କୟାଲ , ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Leave A Reply

Your email address will not be published.