ସୁନ୍ଦରଗଡ଼ : ଆମ ବସ ଷ୍ଟାଣ୍ଡ ଯୋଜନା : ସୁନ୍ଦରଗଡ଼ ଜିଲ୍ଲାରେ ୧୦ଟି ବ୍ଲକରେ ବସଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।
ସୁନ୍ଦରଗଡ଼ :୨୪/୮ (ସତ୍ୟାନ୍ୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ‘ଆମ ବସଷ୍ଟାଣ୍ଡ ଯୋଜନା’ ଅନ୍ତର୍ଗତ ୨୬ ଟି ଜିଲ୍ଲା ର ୧୨୪ ଟି ବ୍ଲକସ୍ତରୀୟ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିମନ୍ତେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି। ସେଥିମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାର ୧୦ ଗୋଟି ବ୍ଲକ ରହିଛି।
ଏହି ବ୍ଲକ ଗୁଡ଼ିକ ମଧ୍ୟରେ ନୂଆଗାଁ ବ୍ଲକ ଅନ୍ତର୍ଗତ ଚୁଆଁବହାଲ, ବୀରମିତ୍ରପୁର ଅନ୍ତର୍ଗତ ବନମୁଣ୍ଡା ଏବଂ କୋଇଡା, ଗୁରୁଣ୍ଡିଆ,ବଡ଼ଗାଁ, ବଣେଇ, ହେମଗିର, ଲେଫ୍ରିପଡ଼ା, ଲାଠିକଟା, କୁଆଁରମୁଣ୍ଡା ବ୍ଲକ ମୁଖ୍ୟାଳୟ ଆଦି ରହିଛି।
ନିର୍ମାଣ ହେବାକୁ ଥିବା ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ ରେ ଯାତ୍ରୀ, ଡ଼୍ରାଇଭର, ସହକାରୀ କର୍ମଚାରୀ ଆଦି ମାନଙ୍କ ନିମନ୍ତେ ସମସ୍ତ ପ୍ରକାର ସୁବିଧା ଆଦି ଉପଲବ୍ଧ ରହିଛି।
ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ପରିବହନ ସେବା ଓ ମୋବାଇଲ ଆପ ର ମଧ୍ୟ ଶୁଭାରମ୍ଭ କରିଥଲେ। ସେହିଭଳି ଡ୍ରାଇଭର ମାନଙ୍କୁ ଗାଡ଼ି ଚଳାଇବା କ୍ଷେତ୍ରରେ ଅଧିକ ଦକ୍ଷ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ 'ସୁ - ବାହକ ' ଯୋଜନା ର ଶୁଭାରମ୍ଭ କରିଥଲେ। ଏହି ଯୋଜନାରେ ଡ଼୍ରାଇଭର ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।
ଜିଲ୍ଲା କାର୍ଯ୍ୟାଳୟ ର ଓସ୍ୱାନ କନଫରେନ୍ସ ହଲ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରମ ଓ କର୍ମଚାରୀ ବୀମା ବିଭାଗ, ଓଡ଼ିଶା ଶ୍ରୀ ସାରଦା ପ୍ରସାଦ ନାୟକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ, ସୁନ୍ଦରଗଡ଼ ର ଅଧ୍ୟକ୍ଷ ଶ୍ରୀ ବିନୟ କୁମାର ଟପ୍ପୋ, ମାନ୍ୟବର
ବିଧାୟକ, ରଘୁନାଥପାଲି , ଶ୍ରୀ ସୁବ୍ରତ ତରାଇ, ଜିଲ୍ଲାପରିଷଦ
ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲ୍ଲାପାଳ ଡ଼ା. ପରାଗ ଗଭାଲି, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଆଇ. ଏ. ଏସ. ଶିକ୍ଷାନବିଶ ଶ୍ରୀ ପ୍ରହଲ୍ଲାଦ ଶର୍ମା, ଆଞ୍ଚଳିକ ପରିବହନ ଅଧିକାରୀ, ସୁନ୍ଦରଗଡ଼ ଶ୍ରୀ ସୁକାନ୍ତ ଦାସ, ଆଞ୍ଚଳିକ ପରିବହନ ଅଧିକାରୀ, ରାଉଲକେଲା ଶ୍ରୀ ବିଭବ ସାମନ୍ତସିଂହାର ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।