ସୁନ୍ଦରଗଡ଼ : ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜ ରେ ହାତୀ ଉପଦ୍ରବ ଜାରି।। ୭ଟି ଘର ଭାଙ୍ଗିଦେଲେ ହାତୀପଲ୍ଲ।। ଲୋକେ ଆତଙ୍କିତ।

0 345

ସୁନ୍ଦରଗଡ଼ : ୧୦/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ଜିଲ୍ଲାର କୋଇଡା , ବଣାଇ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ଏବେ ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ରେ ହାତୀ ଉପଦ୍ରବ ଦେଖାଦେଇଛି। ଗତ ଚାରି ପାଞ୍ଚ ଦିନ ହେଲା ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ର ମହୁଲଜୋର ଏବଂ ଘାଣ୍ଟିବୁଡ଼ ଅଞ୍ଚଳ ରେ ୪ଟି ଦନ୍ତା ହାତୀ ଲୋକଙ୍କ ନିଦ ହଜାଇ ଦେଇଛି। ଗତ ରାତି ମହୁଲଯୋର ଗାଁରେ ହାତୀପଲ୍ଲ ୭ ଟି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଛନ୍ତି । ପଡୋଶୀ ଜିଲ୍ଲା ସମ୍ବଲପୁର ର ବାମଡା ଫରେଷ୍ଟ ରେଞ୍ଜ ର ବଦରମା ଅଭୟାରଣ୍ୟରୁ ଏହି ହାତୀ ମାନେ ଆସି ଥିବା ଅନୁମାନ କରା ଯାଉଛି। ସୂଚନା ପାଇ ବନବିଭାଗ କର୍ମଚରୀ ମାନେ ଗତକାଲି ବିଳମ୍ବିତ ରାତିରେ ଗାଁ କୁ ଆସି ହାତୀଙ୍କୁ ଘୋଉଡାଇଥିଲେ। କିନ୍ତୁ ହାତୀ ଗୁଡ଼ିକ ନିକଟ ଜଙ୍ଗଲ କୁ ଯାଇ ପୁଣି ଗାଁ ମୁଁହା ହେଉଛନ୍ତି । ସଦର ଫରେଷ୍ଟ ରେଞ୍ଜ ରେ ହାତୀ ଗତିବିଧି ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

Leave A Reply

Your email address will not be published.