ବିଧାୟକ ମୋହନ ମାଝୀ ଙ୍କ ଗାଡି ଉପରେ ବୋମା ମାଡ଼ ଘଟଣା ।୫ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କେଉଁଝର ପୋଲିସ ।

0 810

କେଉଁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡିଉପରକୁ ବୋମାମାଡ ଘଟଣାରେ ପୋଲିସକୁ ମିଳିଛି ସଫଳତା । ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣକୁ ଗିରଫ କରିଛି ପୋଲିସ। ଆର୍ଥିକ କାରବାର ଓ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ବୋମାମାଡ ହୋଇଛି ବୋଲି ପୋଲିସ କହିଛି । ମୁଖ୍ୟ ଅଭିଯୁକ୍ତ ପ୍ରତାପ ରାଉତ ସମେତ ବିଦ୍ୟାଧର ପରିଡା , ମୋନମୋହନ ଦାସ(ମୁନା) ଶରତ ଚନ୍ଦ୍ର ଜେନା ଓ ଶିକୁଲ ଶେଖ ଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଙ୍କ ଠାରୁ ୪ଟି ମୋବାଇଲ ଗୋଟିଏ ବାଇକ ଓ ଦୁଇଟି ଅଫୁଟା ବୋମା ପୋଲିସ ଜବତ କରିଛି ।


ସୂଚନାଯୋଗ୍ୟ ଯେ ଅକ୍ଟୋବର ୧୦ ତାରିଖ ରବିବାର ଦିନ କେଉଁଝର ସଦର ବିଧାୟକ ମୋହନ ମାଝୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବେଳେ ମଣ୍ଡୁଆ ପୋଲ ନିକଟରେ ତାଙ୍କ ଗାଡି ଉପରକୁ ବୋମାମାଡ ହୋଇଥିଲା।ଏ ବାବଦରେ ବିଧାୟକ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏତେଲା ପରେ ପୋଲିସ ପକ୍ଷରୁ ତିନୋଟି ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏବଂ ପୋଲିସ ପକ୍ଷରୁ ଅଭିଯୁକ୍ତ ମାନଙ୍କର ସିସିଟିଭି ଫୋଟୋ ଜାରି କରାଯାଇ ଥିଲା ।ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିଲା।ପରେ ଅଭିଯୁକ୍ତ ମାନଙ୍କ ଗିରଫ ଦାବିରେ ଗାନ୍ଧୀ ଛକରେ ହୋଇଥିବା ରାସ୍ତା ରୋକରେ ବିଜେପିର ୯ ଜଣ ବିଧାୟକ ସାମିଲ ହୋଇ ଅଭିଯୁକ୍ତଙ୍କ ଗିରଫ ଦାବୀ କରିଥିଲେ।ଏହିଘଟଣାକୁ ନେଇ ବିଜେଡି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନିନ୍ଦା କରିବା ସହ ଏଥିରେ ବିଜେଡି ର ସମ୍ପୃକ୍ତି ଅଭିଯୋଗ କୁ ଖଣ୍ଡନ କରାଯାଇଥିଲା। ଗତକାଲି ପଶ୍ଚିମାଞ୍ଚଳ ଡ଼ିଆଇଜି ଜୟ ନାରାୟଣ ପଙ୍କଜ ବୋମାମାଡ ସ୍ଥାନକୁ ଯାଇ ଅନୁଧ୍ୟାନ କରି ଥିଲେ। ଆଜି କେନ୍ଦୁଝର ପୋଲିସ ଘଟଣାର ପର୍ଦାଫାସ କରିଛି । ଗୁରୁବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ମାନଙ୍କ ସମ୍ପର୍କରେ କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଥିଲେ ।

Leave A Reply

Your email address will not be published.