ରାଉରକେଲା : ୪ ଜଣ ବାଇକ ଲୁଟେରାଙ୍କୁ ଗିରଫ କଲା ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ।। ୩ ବାଇକ , ୧୦ ମୋବାଇଲ ଫୋନ , ଲାପଟପ ଜବତ।
ରାଉରକେଲା : ୧୧/୭ (ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଚାରିଜଣ ବାଇକ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩ଟି ଚୋରା ବାଇକ ଜବତ କରିଛନ୍ତି। ଏହା ସହ ଏହି ଲୁଟେରା ମାନଙ୍କ ଠାରୁ ୧୦ ଟି ମୋବାଇଲ ଫୋନ , ଗୋଟିଏ ଲାପଟପ ମଧ୍ୟ ଜବତ ହୋଇଛି। ଗତ ଜୁଲାଇ ୩ ତାରିଖ ଏବଂ ୮ ତାରିଖ ରାତିରେ ଏହି ବାଇକ ଦୁଇଟି ଚୋରି ହୋଇଥିଲା। ଗତକାଲି ଥାନାରେ ଏତେଲା ଦେବା ପରେ ପୋଲିସ ତଦନ୍ତ କରି ଚୋରଙ୍କୁ ଧରିବା ସହ ସେମାନଙ୍କ ଠାରୁ ବାଇକ ଉଦ୍ଧାର କରିଛନ୍ତି। ସମସ୍ତ ଅଭିଯୁକ୍ତ ବେଦବ୍ୟାସ ଅଞ୍ଚଳର ବୋଲି ଜଣାପଡିଛି। ଜଣେ ଲୁଟେରାଙ୍କ ନାମରେ ପୂର୍ବରୁ କେତେକ ମାମଲା ଥିବା ବେଳେ ଅନ୍ୟମାନଙ୍କ ବାବଦରେ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି।