ସୁନ୍ଦରଗଡ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ ଶଯ୍ୟା ବିଶିଷ୍ଟ ଆଇସିୟୁ ଉଦଘାଟିତ।। ଉଦଘାଟନ କଲେ ଜିଲ୍ଲାପାଳ ପରାଗ ଗଭାଲି।

0 393

ସୁନ୍ଦରଗଡ଼ : ୧୧/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ୫ ଶଯ୍ୟା ବିଶିଷ୍ଟ ଏକ ଆଇସିୟୁ ବ୍ଲକ ର ଉଦଘାଟନ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ଗଭାଲି ହର୍ଷଦ ଏହି ଇଣ୍ଟେନସିଭ କେୟାର ୟୁନିଟ କୁ ଉଦଘାଟନ କରିଥିଲେ। ସୁନ୍ଦରଗଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସରୋଜ କୁମାର ମିଶ୍ର , ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ କଲେଜ ଡିନ୍ ଡକ୍ଟର ଦୈତାରୀ ରାଉତରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆଇ ସି ୟୁ ର ଭିତ୍ତିଭୂମି ପୂର୍ବରୁ ଥିଲା। କିନ୍ତୁ ପ୍ରଶିକ୍ଷିତ ଡାକ୍ତର ନଥିବାରୁ ଏହା କାର୍ଯ୍ୟକ୍ଷମ ହୋଇ ପାରିନଥିଲା। କଟକରୁ ପ୍ରଶିକ୍ଷଣ ନେଇ ଡାକ୍ତର ଆସିବା ପରେ ମଙ୍ଗଳବାର ଦିନ ଆଇସିୟୁ କୁ କାର୍ଯ୍ୟକ୍ଷମ କରାଯାଇଛି। ସୁନ୍ଦରଗଡ ମେଡ଼ିକାଲ କଲେଜ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଲଗ୍ନ ଥିବାରୁ ଆଇସିୟୁ ର ନିତାନ୍ତ ଆବଶ୍ୟକତା ଥିଲା। ଏହାଛଡା ପୂର୍ବରୁ ବୁର୍ଲା ପଠା ଯାଉଥିବା ଗୁରୁତର ରୋଗୀଙ୍କୁ ଏବେ ଏଠାରେ ଚିକିତ୍ସା କରାଯାଇ ପାରିବ।

Leave A Reply

Your email address will not be published.