ବଣାଇ : ଖୁଣ୍ଟଗାଁ ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର।। ଅଳ୍ପକେ ରକ୍ଷା ପାଇଲେ ଛାତ୍ରଛାତ୍ରୀ।

0 444

ବଣାଇ : ୫/୭ (ସତ୍ୟାନ୍ୟୁଜ) ଡାକ୍ତରଖାନା ହେଉ ବା ସ୍କୁଲ , ଛାତରୁ ପ୍ଲାଷ୍ଟର ଖସିବା ସାଧାରଣ ଘଟଣା ହୋଇଗଲାଣି। ରାଜ୍ୟର ଗୋଟିଏ ଜିଲ୍ଲାରେ ଡାକ୍ତର ହସପିଟାଲରେ ପ୍ଲାଷ୍ଟର ଖସିବା ଭୟରେ ହେଲମେଟ୍ ପିନ୍ଧି ବସିଥିବାର ଫଟ ଭାଇରଲ ହୋଇଛି। ଏହି ସମୟରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ବ୍ଲକର ଖୁଣ୍ଟଗାଁ ହାଇସ୍କୁଲରେ ଆଜି ଛାତରୁ ପ୍ଲାଷ୍ଟର ଖସିବା ଘଟଣା ଚିନ୍ତାର ବିଷୟ ହୋଇଛି। ସ୍କୁଲ ଖୋଲାଥିବା ବେଳେ ଏହି ପ୍ଲାଷ୍ଟର ଖସିଥିଲା। ଏହି ସମୟରେ ଛାତ୍ରଛାତ୍ରୀ ମାନେ ବାହାରେ ଖେଳୁଥିବା ବେଳେ ସୌଭାଗ୍ୟ କ୍ରମେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛନ୍ତି। ସ୍କୁଲ ଛାତରୁ କଂକ୍ରିଟ ପ୍ଲାଷ୍ଟର ଖସିବା ଘଟଣାରେ ଅଭିଭାବକ ମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ମାତ୍ର ୮ ମାସ ତଳେ ଏହି କ୍ଲାସ ରୁମ ର ନବୀକରଣ ହୋଇଥିବା ବେଳେ ନିମ୍ନମାନର କାମ ଯୋଗୁଁ ଏପରି ଘଟିଥିବା ଆଲୋଚନା ହେଉଛି।

Leave A Reply

Your email address will not be published.