ଜାଲ ସାର୍ଟିଫିକେଟ ଦେଇ କରୁଥିଲେ ଚାକିରୀ 5 ଜଣ ଶିକ୍ଷକ ଙ୍କ ନାମରେ ଥାନାରେ ଏତେଲା ।

0 542

Lahunipada : ଜାଲ ସାର୍ଟିଫିକେଟ ବଳରେ ଶିକ୍ଷକ ଚାକିରୀ କରୁଥିବା ଅଭିଯୋଗ ଆସିବାପରେ ସୁନ୍ଦର ଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରେ ଜାଲ ସାଟିଫିକେଟ ର ଯାଞ୍ଚ ଚାଲିଛି । ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ଲହୁଣୀ ପଡା  ବ୍ଲକ ଏଜୁକେସନ ଅଫିସ ରେ ଜାଲ ସାର୍ଟିଫିକେଟ ରେ ଚାକିରୀ କରୁଥିବା ଶିକ୍ଷକ ଙ୍କ ଯାଞ୍ଚ ଚାଲିଥିଲା । ଯାଞ୍ଚ ସମୟରେ ପାଞ୍ଚ ଜଣ ଶିକ୍ଷକ ଜାଲ ସାର୍ଟିଫିକେଟ ବଳରେ କାମ କରୁଥିବା ଜଣାପଡିଥିଲା । ଏ ବାବଦରେ ବ୍ଲକ ଏଜୁକେସନ ଅଫିସର ଲହୁଣୀପଡା ଥାନାରେ ଏତେଲା ଦେବା ପରେ ପୋଲିସ ଏକ ମାମଲା ଦାୟର କରି ତଦନ୍ତ କରୁଛନ୍ତି । ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ପାଞ୍ଚ ଜଣ ଶିକ୍ଷକ ଙ୍କ ମଧ୍ୟରୁ ଚାରିଜଣ ଚାକିରୀ କରୁଥିବା ବେଳେ ଜଣେ ଅବସର ନେଇ ସାରିଛନ୍ତି ।

ତଦନ୍ତ ପରିସର ଭୁକ୍ତ ଶିକ୍ଷକ ମାନେ ହେଲେ ଶରଧା ପୁର ପ୍ରାଥମିକ ବିଦ୍ୟାଳୟର ଦଇତାରି ମହାନ୍ତ, ଜମାଲ ସ୍କୁଲ ର ପ୍ରଧନ ଶିକ୍ଷକ ମଦନ ସୁନ୍ଦର ମହାନ୍ତ, ବଲଦୀହି ସ୍କୁଲ ର ଜଗଦୀଶ ସାହୁ,ନନ୍ଦା ପଡ଼ା ସ୍କୁଲ ରପ୍ରଧାନ ଶିକ୍ଷୟତ୍ରୀ ଡାଲିମ୍ବ ମହାନ୍ତ ଏବଂ ଲହଙ୍ଗା ପଡ଼ା ସ୍କୁଲ ର ଅଵସର ପ୍ରାପ୍ତ ପ୍ରଧାନଶିକ୍ଷୟତ୍ରି ଶୋଭା ରାଣୀ ମହାନ୍ତ

Leave A Reply

Your email address will not be published.